Home ଓଡ଼ିଶା ଗଣିଆରେ ଥିବା ଇଂରାଜୀ ମିଡିୟମ ବିଦ୍ୟାଳୟ ମହାନଦୀ ପବ୍ଲିକ ସ୍କୁଲର : ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଗଣିଆର ଏକମାତ୍ର ଇଂରାଜୀ ମିଡିୟମ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ଗଣିଆରେ ଥିବା ମହାନଦୀ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ କ୍ରିଡ଼ା ଉତ୍ସବ ସ୍ଥାନୀୟ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଚେୟାରମ୍ୟାନ ମଳୟ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ବାର୍ଷିକ କ୍ରିଡ଼ା ଉତ୍ସବର ପତାକା ଉତ୍ତୋଳନ କରିଥିଲେ । ପିଲା ମାନଙ୍କ ମଧ୍ୟରେ ଦୈାଡ,ମ୍ୟୁଜିକ ଚେୟାର,ଅଙ୍କକଷା ,ଆଳୁ ଚାମଚ,ଭଳି ଅନେକ କ୍ରିଡ଼ା ପ୍ରତିଯୋଗିତା କରାଯାଇଥିଲା । ଶିକ୍ଷକ ଭବନ ପରିସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମହାନଦୀ ପବ୍ଲିକ ସ୍କୁଲର ଚେୟାରମ୍ୟାନ ମଳୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରେଜରର ଅଟଳ ବିହାରି ବାଜୁ, ସମ୍ପାଦକ ପଙ୍କଜ କୁମାର ସାହୁ, ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଗଣିଆ ଭଳି ଏକ ଛୋଟିଆ ବ୍ଳକରେ ଗୋଟିଏ ଇଂରାଜୀ ମିଡିୟମ ବିଦ୍ୟାଳୟ ଚାଲିବା ଅତ୍ୟନ୍ତ କଷ୍ଟକର ହୋଇଥିଲେ ମଧ୍ୟ ପରିଚାଳନା କମିଟି ବିଶେଷକରି ସମ୍ପାଦକ ପଙ୍କଜ କୁମାର ସାହୁଙ୍କ ପ୍ରଚେଷ୍ଟା ଫଳରେ ଏହି ବିଦ୍ୟାଳୟଟି ଚାଲୁଥିବାରୁ ମୁଖ୍ୟ ଅତିଥି ସମ୍ପାଦକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ପାଦକ ଶ୍ରୀ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କିଭଳି ଛାତ୍ର ଛାତ୍ରୀ ମାନଙ୍କର ଉନ୍ନତି ହେବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଏବଂ ଟ୍ରଫି ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳନା କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026