୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଜେ ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ କଟକ ସଦର ଥାନା ଅନ୍ତର୍ଗତ ଆମ୍ରପଲି ରିସୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ନାୟକ ମୁଖ୍ୟବକ୍ତା,ରାଜ୍ୟ ଉପ ସଭାପତି ବାସୁଦେବ ତ୍ରୀପାଠୀ, ସମ୍ମାନୀତ ଅତିଥି, ସଙ୍ଗଠନ ସଂପାଦକ ସନ୍ତୋଷ ସ୍ଵାଇଁ,ରାଜ୍ୟ କୋଷାଧ୍ୟକ୍ଷ ଟୁନା ଜେନା,ସୁବାସ ଧଳ, ରଘୁନାଥ ଆଚାର୍ଯ୍ୟ, ଶଶୀଭୂଷଣ ଷଡ଼ଙ୍ଗୀ, ଅଭୟ ଜେନା,ଅକ୍ଷୟ ଦାଶ,ସୁରେନ୍ଦ୍ର ମହାପାତ୍ର,କେଦାର ନାଥ ସାହୁ,ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଥିଲେ।

