Home ଓଡ଼ିଶା ଐତିହାସିକ ବଙ୍କାଡଗଡ ଓ ବାଣପୁର ଐତିହ୍ୟ ପୁସ୍ତକ ପାଠ୍ୟାର୍ପିତ ଭାଷା ସୁରକ୍ଷା ସମ୍ମିଳନୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ଗବେଷକ ମଦନମୋହନ ମହାପାତ୍ର ଙ୍କ ଲିଖିତ ଐତିହାସିକ ବଙ୍କାଡଗଡ ଓ ବାଣପୁର ଐତିହ୍ୟ ଶୀର୍ଷକ ପୁସ୍ତକ ସ୍ଥାନୀୟ ବିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ଅବସ୍ଥିତ ପରିଡ଼ା ପାଠାଗାର ଠାରେ ଲୋକାର୍ପିତ ତଥା ପାଠ୍ୟାର୍ପିତ ହୋଇ ଯାଇଛି । ଶ୍ରୀ ଦକ୍ଷେଶ୍ଵର -ଭଗଵତୀ ନ୍ୟାସ ପରିଷଦର ସଭାପତି ତଥା ଚିଲିକା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ ଙ୍କ ପୈ।ରୋ଼ହିତ୍ୟରେ ଅନୁଷ୍ଠିତ ଏହି ସାରସ୍ବତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଓ ଐତିହାସିକ ସତ୍ୟବାଦୀ ବଳିୟାର ସିଂହ , ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ,ସୁସାହିତ୍ୟିକ ପୁରୁଷୋତ୍ତମ ମହାପାତ୍ର, ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, କବି ରଙ୍କନାଥ ସେଠି,କବି ଗୋପୀନାଥ ଦାଶ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ବଙ୍କାଡଗଡ ରେ ପ୍ରାଚୀନ ଶୈଳୋଦ୍ଭବ ଶାସନ ର ମଧ୍ୟଯୁଗୀୟ ମହାନ୍ କୀର୍ତ୍ତି ସ୍ଵପ୍ନେଶ୍ବର ମନ୍ଦିର ର ମୁଖଶାଳା ପଟାର ପାଠୋଦ୍ଧାର ତଥା ବାଣପୁର ଓ ତାମ୍ର ଶାସନ ଓ ପରବର୍ତ୍ତୀ ଭୈ।ମକର ଓ ସୋମବଂଶୀ ଶାସନ ସମୟର ବାଣପୁର ତାମ୍ରପଟାର ତଥ୍ୟାବଳୀ ସମୀକ୍ଷା ସହ ଅନେକ ମୂଲ୍ୟବାନ ମୂର୍ତ୍ତି ଓ ପ୍ରତ୍ନତତ୍ତ୍ଵ ର ସମୀକ୍ଷା ହୋଇଛି । ପ୍ରଭୁ ଦକ୍ଷେଶ୍ଵର ଓ ଦେଵୀ ଵୀରଜାଈ ସଂସ୍କୃତି ଓ ଐତିହ୍ୟ କୁ ନେଇ ଏକ ମୂଲ୍ୟବାନ ଦସ୍ତାବିଜ ଏହି ପୁସ୍ତକ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । କବି ଗୋପୀନାଥ ଦାଶ ଓ ଦିଗମ୍ବର ବିଶ୍ଵାଳ କାର୍ଯ୍ୟକ୍ରମ କୁ ସନ୍ ଯୋଜନା କରିଥିଲେ । ପ୍ରାରମ୍ଭରେ ସଙ୍ଗୀତ ଗୁରୁ ରଘୁନାଥ ମହାପାତ୍ରଙ୍କ ନିର୍ଦ୍ଦେଶନା ରେ ଭଗବତୀ ଙ୍କ ର ବନ୍ଦନା ଗାନ କରିଥିଲେ ଭଗବତୀ କଳା ପରିଷଦ ର ଶିଳ୍ପୀ ମାନେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭନ୍ନ ସ୍ଥାନରୁ ଵୁଦ୍ଧିଜୀଵୀ ଓ ସାହିତ୍ୟିକ ଯୋଗ ଦେଇଥିଲେ। ପରିଶେଷରେ ପରିଡ଼ା ପାଠାଗାର ର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା ଧନ୍ୟବାଦ ଦେଇଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026