★ ମଧ୍ୟପ୍ରଦେଶରୁ ଉଦ୍ଧାର ପରେ ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ ।
★ ପୁରୀ ବୁଲି ଯିବାକୁ କହି ୨ ଲକ୍ଷରେ ବିକ୍ରି କରିଥିଲେ
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ଓଡ଼ିଆ ଝିଅଙ୍କୁ ଓଡ଼ିଶା ବାହାରେ ବିକ୍ରି କରାଯାଇଛି। ମଧ୍ୟପ୍ରଦେଶ, ଝାନ୍ସି ଆଦି ସ୍ଥାନରେ ପୁଅ ଅନୁପାତରେ ଝିଅଙ୍କ ସଂଖ୍ୟା କମ୍ ରହୁଥିବାରୁ ଓଡ଼ିଶା ରୁ ଏସବୁ ରାଜ୍ୟରୁ ଝିଅ ଚାଲାଣ ପାଇଁ ଦଲାଲ୍ ସକ୍ରିୟ ରହିଛନ୍ତି । ଏଥିପାଇଁ ମୋଟା ଅଙ୍କର ଡିଲ୍ ପରେ ଓଡ଼ିଆ ଝିଅଙ୍କୁ ଟେକି ଦିଆଯାଇଥିବା ଗଳି କନ୍ଦିରୁ ସୂଚନା ସାମ୍ନା କୁ ଆସିଛି । ଏ ସବୁ ମାଳ ଅଞ୍ଚଳରୁ ଏଲିକି ବହୁ ଓଡ଼ିଆ ଝିଅ ବାହାର ରାଜ୍ୟ ରେ ବିବାହ କରିଥିବା ଜଣାପଡ଼ିଛି । ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣିଗୋଛା ଆନା ଅଞ୍ଚଳର ଜଣେ ନାବାଳିକା (୧୩ ବର୍ଷ) ଙ୍କୁ ମଧ୍ୟପ୍ରଦେଶକୁ ପୁଲିସ ଉଦ୍ଧାର କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।
