୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ ଚୁଆଁରୁ ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ମହିଳା ଜଣକ ଶାନ୍ତିଲତା ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜକୁ ତିନିଦିନ ହେବ ବାପ ଘରକୁ ଯିବା ପାଇଁ ବାହାରିଥିଲେ ଶାନ୍ତିଲତା । ସେଠାରେ ପହଁଚିଲେ ନା ନାହିଁଁ ସେନେଇ ଶାନ୍ତିଲତାଙ୍କ ସ୍ବାମୀ ବିରେନ୍ଦ୍ର ମଲ୍ଲିକ ଖବର ନେବା ପରେ ଶାନ୍ତିଲତା ସେଠାରେ ପହଁଚି ନଥିବା ଜାଣିବାକୁ ପାଇଥିଲେ ଏବଂ ଶାନ୍ତିଲତା କୁଆଡେ଼ ଗଲେ ସେନେଇ ଖୋଜାଖୋଜି କରିଥିଲେ ପରିବାର ଲୋକେ ।

