ପୁରୀଜିଲ୍ଲା ସାମାଜିକ ସଦଭାବନା ସମିତି ତରଫ ରୁ ଜାତି ପ୍ରମୁଖ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ଜିଲ୍ଲା ସାମାଜିକ ସଦଭାବନା ସମିତି ତରଫ ରୁ ଜାତି ପ୍ରମୁଖ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ପ୍ରାନ୍ତ ମାର୍ଗ ଦର୍ଶକ ରାଜ କିଶୋର ସାହୁ, ମୂଖ୍ୟ ଅତିଥି ଗିରିଶ ନାୟକ, ମୂଖ୍ୟ ବକ୍ତା ନେତ୍ରାନନ୍ଦ ଜେନା, ସଂଯୋଜକ ଶ୍ରୀବତ୍ସ ଦାଶ, ସହ ସଂଯୋଜକ ପୁରୁଷୋତ୍ତମ ନାୟକ, ଅରବିନ୍ଦ ଶତପଥୀ, ଅଭିମନ୍ୟୁ ମହାପାତ୍ର, ରତ୍ନାକର ସାହୁ ଆଲୋଚନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଜାତିର ମୁଖ୍ୟ ମାନେ ଭାଗ ନେଇ ବର୍ତ୍ତମାନ ସମୟରେ ସମସ୍ତ ସଦସ୍ୟ ମାନଙ୍କ ସହିତ ଏକତା କେମିତି ଠିକ ଭାବେ ରହି ପାରିବ ସେ ସମ୍ପର୍କରେ ସୁ ଚିନ୍ତିତ ମତାମତ ରଖି ଥିଲେ । ଏହି କାର୍ଯ୍ୟକ୍ରମ ରେ ଡଃ ଅଭିମନ୍ୟୁ ଭୂୟାଁ, ରମେଶ ସାଠୁଆ, ସୁରେନ୍ଦ୍ର ସାହୁ, ଗୋବିନ୍ଦ ଦାସ ଘୋଷ, ଡଃ ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଭାଗ ନେଇଥିଲେ ।

Exit mobile version