Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ରେଳପଥ ନିର୍ମାଣରେ ବିକାଶ ହେବ ଜିଲ୍ଲାର ଶିଳ୍ପ ଭିତ୍ତିଭୂମି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଠା ହେବ ଚାରି ହଜାର କୋଟି ଟଙ୍କା ମୂଲ୍ୟର ସିମେଣ୍ଟ କାରଖାନା ନିଯୁକ୍ତି ପାଇବେ ପ୍ରାୟ ୨୦୦୦ ଶିକ୍ଷିତ ଯୁବକଯୁବତୀ ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିଭିନ୍ନ ବିଭାଗରେ କିଭଳି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲାର ବିକାଶକୁ ନେଇ କ୍ରିୟାଶୀଳ ହେବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାରେ ରେଳପଥ ଭିତ୍ତିଭୂମିର ବିକାଶ, ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ସମେତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଯୋଜନା ଗୁଡ଼ିକୁ ଯଥା ସମୟରେ କାର୍ଯ୍ୟକାରୀ କରି ପ୍ରକଳ୍ପ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାର ମୂଳଦୁଆ ସୁଦୃଢ କରିବା ପାଇଁ ଅତି କମ୍ ରେ ଗୋଟିଏ ବିଦ୍ୟାଳୟରେ ଦୁଇ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ସେ ଗୁରୁତ୍ଵାରୋପ କରିଥିଲେ । ଆଗ ଧାଡ଼ିର ଜିଲ୍ଲା ମାନଙ୍କ ସହିତ ସମକକ୍ଷ ହେବା ନିମନ୍ତେ ଜୀବନଜୀବିକା ମିଶନ ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଲୋକପାତ କରିଥିଲେ । ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ୧୫ ଦିନରେ ଥରେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚିତ୍ରକୋଣ୍ଡା ବ୍ଲକରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଯୋଗାଯୋଗ ର ସୁବିଧା ହୋଇପାରିଛି। ଏହି ଅଞ୍ଚଳରେ ଆହୁରି ବ୍ରିଜ ନିର୍ମାଣ କରି ଅପହଞ୍ଚ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାର ସୁବିଧା କରାଯିବ । ମାଲକାନଗିରି ଜିଲ୍ଲା ର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ପାଇଁ ଗମନାଗମନ ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ମୋଟୁ- ତିରିଂ ରାସ୍ତା ନିର୍ମାଣର ପରିକଳ୍ପନା କରିଛନ୍ତି । ଜୟପୁର- ମାଲକାନଗିରି ଲିଙ୍କ୍ ପ୍ରକଳ୍ପ ଏବଂ ମାଲକାନଗିରି- ପାଣ୍ଡାରଙ୍ଗାପୁରମ୍ ଭାୟା- ଭଦ୍ରାଚଲମ୍ ଲିଙ୍କ୍ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ରେଳ ପଥର ବିକାଶ ହେଲେ ଶିଳ୍ପ ଭିତ୍ତିଭୂମିର ବିକାଶ ହେବ ବୋଲି ସେ କହିଥିଲେ । ଜିଲ୍ଲାରେ ୪ ହଜାର କୋଟି ଟଙ୍କା ମୂଲ୍ୟର ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଯଦ୍ୱାରା ଜିଲ୍ଲାର ପ୍ରାୟ ଦୁଇ ହଜାର ଶିକ୍ଷିତ ଯୁବକଯୁବତୀ ନିଯୁକ୍ତି ପାଇ ସ୍ବାବଲମ୍ବୀ ହୋଇ ପାରିବେ। ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରି ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରାଯାଉଛି । ସବୁ ବର୍ଗର ଯୋଗ୍ୟ ମହିଳା ହିତାଧିକାରୀଙ୍କ ସମେତ ବିଶେଷ ଭାବେ ଏହି ଜିଲ୍ଲାର ଆଦିମ ବଣ୍ଡା ଓ ଦିଦାୟୀ ଜନଜାତି ମହିଳା ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବା ନିମନ୍ତେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ସେ ସୂଚନା ଦେଇଥିଲେ । ପାଙ୍ଗାମ୍, କାଙ୍ଗୁରୁକୋଣ୍ଡା, ଏମଭି -୯୦, ଏମଭି-୯୬ ଠାରେ ୫ ଗୋଟି ହାଇ ଲେଭଲ ବ୍ରିଜ୍ ନିମନ୍ତେ କେନ୍ଦ୍ର ସରକାର ୧୯. ୭୮ କୋଟି ମଞ୍ଜୁର କରିଛନ୍ତି। ସେହିପରି ଅଁଳାଯୋଡ଼ି, ତମସା, ଏମ ଭି -୧୯ ଏବଂ ମହାରାଜପଲ୍ଲୀ ଠାରେ ୪ ଗୋଟି ହାଇ ଲେଭଲ ବ୍ରିଜ୍ ନିମନ୍ତେ କେନ୍ଦ୍ର ସରକାର ୧୨. ୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଭାଗର କାର୍ଯ୍ଯକୁ ଅଗ୍ରାଧିକାର ଭିତ୍ତିରେ ତ୍ବରାନ୍ବିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକlମୀ, ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରୂପାରୋଶନ ସାହୁ, ଦକ୍ଷିଣାଞ୍ଚଳ ଡ଼ିଆଇଜି ନୀତି ଶେଖର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲି ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026