୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆ ସାହି ଗ୍ରାମର ସଦାଶିବ ପ୍ରଧାନ ପିତା ନକୁଳ ପ୍ରଧାନ ଙ୍କ ଆଜି ଡିସେମ୍ବର ୧୪ ତାରିଖ ଶନିବାର ଦିନ ୩ ଏକର ରୁ ଉର୍ଦ୍ଧ୍ବ ପାଚିଲା ଧାନ ଫସଲ ହୋଇଥିବା ବିଲରେ ଅଚାନକ ନିଆଁ ଲାଗି ପାଉଁଶ ହୋଇଯାଇଛି ।ଘଟଣାରୁ ପ୍ରକାଶ ଯେ ସଦାଶିବ ପ୍ରଧାନ ବିଲ ପାଖରେ ଜଣେ ବ୍ୟକ୍ତି ତାର ବିଲରେ ପଡିଥିବା ନଡ଼ା ଅଳିଆ କୁ ନିଆଁ ଲଗାଇ ଥିବା ବେଳେ ହଟାତ ନିଆଁ ପବନ ଯୋଗେ ଉଡି ଶ୍ରୀ ପ୍ରଧାନ ଙ୍କ ଧାନ ଫସଲ ବିଲରେ ଲାଗି ଯାଇଥିଲା ।

