Home ଓଡ଼ିଶା ଲାଞ୍ଜିଗଡ- ବ୍ରହ୍ମପୁର ଭାୟା ଫୁଲବାଣୀ ରେଳପଥ ପାଇଁ ଘୋଷଣା, ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି କର୍ମୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :- କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରଚେଷ୍ଟା କ୍ରମେ ଲାଞ୍ଜିଗଡ-ବ୍ରହ୍ମପୁର ଭାୟା ଫୁଲବାଣୀ ରେଳ ଲାଇନ ମଞ୍ଜୁର ହୋଇଛି । ଏହା ଦ୍ବାରା ଫୁଲବାଣୀ ରେଳ ମ୍ୟାପରେ ସ୍ଥାନ ପାଇବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଏଥିପାଇଁ ବିଜେପି ନେତା ଓ କର୍ମୀ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଡିଆରଡିଏ ଛକଠାରେ ଏକତ୍ର ହୋଇ ବିଜେପି କର୍ମୀ ସାଂସଦଙ୍କୁ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ, ସାଂସଦ ଶ୍ରୀ ପାଣିଗ୍ରାହୀ ଏହି ପ୍ରସଙ୍ଗ ବାରମ୍ବାର ପାର୍ଲିଆମେଣ୍ଟରେ ଉଠାଇବା ପରେ ଶେଷରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ପ୍ରସ୍ତାବ ପାରିତ କରାଇ ଏହାର ସର୍ଭେ ପାଇଁ ଓରିଡିଏଲ ଜରିଆରେ ଟେଣ୍ଡର ଆହ୍ବାନ କରାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚାର ସଭାପତି ମୁକ୍ତିକାନ୍ତ ମହାନ୍ତି, ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ, ଚନ୍ଦ୍ର ପଣ୍ଡା, ଭିକି ପ୍ରଧାନ ,ଅମରେନ୍ଦ୍ର ବେହେରା, ରତନ ଚୌଧୁରୀ, ପ୍ରଶାନ୍ତ ପଟ୍ଟନାୟକ, ଅରବିନ୍ଦ ମହାପାତ୍ର, ଗଙ୍ଗଧର ପାତ୍ର, ପ୍ରିୟରଞ୍ଜନ ଜେନା, ଅନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026 ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ by Proprietor Abhimanyu Maharana September 29, 2026 କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ by Proprietor Abhimanyu Maharana September 29, 2026 ଶତାୟୁ ଜଳଧର ଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ by Proprietor Abhimanyu Maharana September 29, 2026