Home ଓଡ଼ିଶା ସ୍ୱିଚ୍ ମୋବିଲିଟି ପକ୍ଷରୁ ଦୁଇ ନୂଆ ଇଲେକ୍ଟ୍ରିକ୍ ବସ୍ ଇଆଇଭି୧୨ ଓ ଇ୧ର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ହିନ୍ଦୁଜା ଗ୍ରୁପ୍ର ଅଂଶ ଅଶୋକ ଲେଲ୍ୟାଣ୍ଡର ସହାୟକ ସଂସ୍ଥା ସ୍ୱିଚ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଦୁଇଟି ଲୋ ଫ୍ଲୋର୍ ଇଳେକ୍ଟ୍ରିକ୍ ବସ୍ ସ୍ୱିଚ୍ ଇଆଇଭି୧୨କୁୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଭାରତର ପ୍ରଥମ ଲୋ ଫ୍ଲୋର୍ ସିଟି ବସ୍ ଯେଉଁଥିରେ ଚେଚିସ୍ ମାଉଂଟେଡ୍ ବ୍ୟାଟେରି ରହିଛି ଯାହାକୁ ୪୦୦ରୁ ଅଧିକ କେଡବ୍ଲୁଏଚ୍ ପର୍ଯ୍ୟନ୍ତ ବ୍ୟାପକ କରାଯାଇପାରିବ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାକୁ ଉନ୍ମୋଚନ କରିଥିବା ବେଳେ ହିନ୍ଦୁଜା ଗ୍ରୁପ୍ର ଅଧ୍ୟକ୍ଷ ଅଶୋକ ପି ହିନ୍ଦୁଜା ଓ ଶିଳ୍ପର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୟୁରୋପ ବଜାର ଲାଗି ପ୍ରସ୍ତୁତ କରାଯାଇଥିବା ସ୍ୱିଚ୍ ଇ୧କୁ ଆଭାସୀ ମାଧ୍ୟମରେ ଉନ୍ମୋଚନ କରାଯାଇଛି । ଉଭୟ ଇଆଇଭି୧୨ ଓ ଇ୧ର ଡିଜାଇନ୍ ଦର୍ଶନ ଓ ଢ଼ାଂଚା ସମାନ ରହିଛି । ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ପ୍ରସ୍ତୁତ କରାଯାଇଥିବା ସ୍ୱିଚ୍ ଇଆଇଭି୧୨ ପ୍ଲାଟଫର୍ମକୁ ସହରାଚଂଳ ଗମନାଗମନ ଲାଗି ସ୍ୱଦେଶୀ ଡିଜାଇନ୍, ବିକାଶ ଓ ଉତ୍ପାଦନ କରାଯାଇଛି ଯାହା ସୁରକ୍ଷା, ଭରସାଯୋଗ୍ୟତା ଓ ଆରାମ ଦୃଷ୍ଟିରୁ ବିଶ୍ୱସ୍ତରୀୟ ମାନକ ପ୍ରଦାନ କରୁଛି । ୩୯ ଜଣ ଯାତ୍ରୀଙ୍କ ବସିବା ଲାଗି ସିଟ୍ ଥିବା ସ୍ୱିଚ୍ ଇଆଇଭି ୧୨ ଏହାର କ୍ଷେତ୍ରରେ ଅଗ୍ରଣୀ ଯାହା ଅପରେଟରଙ୍କୁ ସର୍ବାଧିକ ରାଜସ୍ୱ ସମ୍ଭାବନା ପ୍ରଦାନ କରିବ । ଏହି ଅବସରରେ ହିନ୍ଦୁଜା ଗ୍ରୁପ୍ ଅଫ୍ କମ୍ପାନିଜ୍୍ର ଅଧ୍ୟକ୍ଷ ଏ ପି ହିନ୍ଦୁଜା କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟ-ଭାରତ ଓ ଦୁନିଆ ପାଇଁ ଭାରତରେ ପ୍ରସ୍ତୁତ ପ୍ରତି ଏହି ବସ୍ଗୁଡ଼ିକ ହେଉଛି ସମ୍ମାନ । ଉନ୍ନତ ମାନର ପ୍ରଯୁକ୍ତି ଓ ଶୂନ କାର୍ବନ ନିର୍ଗମନ ସୁବିଧାସୁଯୋଗ ଥିବା ଏହି ବସ୍ଗୁଡ଼ିକୁ ଭାରତରେ ଆସିବାକୁ ଯାଉଥିବା ଚମତ୍କାର ସଡ଼କ ଭିତିଭୂମିକୁ ନଜରରେ ରଖି ଉନ୍ମୋନ କରିବାକୁ ଅନୁପ୍ରାଣିତ ହୋଇଛି ଯାହାକୁ ମୋଦୀଙ୍କ ଭଳି ଦୂରଦ୍ରଷ୍ଟା ପରିକଳ୍ପନା କରିଥିବା ବେଳେ ଗଡ଼କରୀ ମହାଶୟ କାର୍ଯ୍ୟକାରୀ କରିଛନ୍ତି । ” ସ୍ୱିଚ୍ ମୋବିଲିଟିର ଅଧ୍ୟକ୍ଷ ଧୀରଜ ହିନ୍ଦୁଜା କହିଛନ୍ତି ଯେ, “ସ୍ୱିଚ୍ ଇଆଇଭି୧୨ର ଶୁଭାରମ୍ଭ ଏବଂ ସ୍ପେନ୍ ପାଇଁ ସ୍ୱିଚ୍ ଇ-୧ର ଶୁଭାରମ୍ଭ ହିନ୍ଦୁଜା ଗ୍ରୁପ୍ ଏବଂ ଅଶୋକ ଲେଲ୍ୟାଣ୍ଡ ୍ ପାଇଁ ଏକ ଗୌରବର ମାଇଲଖୁଂଟ । ଇଆଇଭି୧୨ ଏବଂ ଇ୧ ବ୍ୟତୀତ, ସ୍ୱିଚ୍ ଆମର ବିଶ୍ୱସ୍ତରୀୟ ଅଫରକୁ ବିସ୍ତାର କରିବା ପାଇଁ ଅନେକ ନୂତନ ଉତ୍ପାଦ ବିକଶିତ କରୁଛି । ସ୍ୱିଚ୍ ମୋବିଲିଟିରେ ଆମେ ଏକ ସବୁଜ ଭବିଷ୍ୟତ ଚଳାଇଛୁ ଏବଂ ବିଶ୍ୱବ୍ୟାପୀ ଇଲେକ୍ଟ୍ରିକ୍ ଗମନାଗମନକୁ ସମସ୍ତ ପାଖରେ ପହଂଚାଇବା ପାଇଁ ଆମର ଦୀର୍ଘମିଆଦୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛୁ ।” ସ୍ୱିଚ୍ ମୋବିଲିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶବାବୁ କହିଛନ୍ତି ଯେ, “ସ୍ୱିଚ୍ ମୋବିଲିଟିରେ ଆମେ ଭାରତ ଏବଂ ୟୁରୋପ ପାଇଁ ଦୁଇଟି ନୂଆ ଉତ୍ପାଦ ଉନ୍ମୋଚନ କରି ଉତ୍ସାହିତ ଯାହା ଉଭୟ ଆମର ବିଶ୍ୱ ଇଭି ଢ଼ାଂଚା ଉପରେ ନିର୍ମିତ । ଉନ୍ନତ ଦକ୍ଷତା, ନିରାପତା ଏବଂ ଯାତ୍ରୀଙ୍କ ସୁବିଧା ପ୍ରଦାନ କରିବା ପାଇଁ ଏହି ଉଦ୍ଭାବନଗୁଡିକ ଅତ୍ୟାଧୁନିକ ଇଭି ପ୍ରଯୁକ୍ତି ବ୍ୟବହାର କରନ୍ତି । ସର୍ବୋତମ ଶକ୍ତି ପ୍ରଦର୍ଶନ ଏବଂ ଉପଲବ୍ଧତା ପାଇଁ ପ୍ରସ୍ତୁତ କରାଯାଇଥିବା ଆମର ନିମ୍ନ ମହଲା ଇଲେକ୍ଟ୍ରିକ୍ ସିଟି ବସ୍ ୧,୮୦୦ ବରାଦ ହାସଲ କରିଛି ଯାହା ଏକ ସ୍ଥାୟୀ ସହରାଚଂଳ ପରିବହନ ଭବିଷ୍ୟତ ପାଇଁ ସ୍ୱିଚ୍ ମୋବିଲିଟିର ଦୃଷ୍ଟିକୋଣ ଉପରେ ବଜାରର ଆତ୍ମବିଶ୍ୱାସର ପ୍ରମାଣ ।” Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026