ବହୁ ଚର୍ଚ୍ଚିତ ୟୁଟିବର ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ପୁରୁଷ ବନ୍ଧୁ ଗିରଫ

୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ବହୁଚର୍ଚ୍ଚିତ ୟୁଟ୍ୟୁବର ଯୁବତୀ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ଗତ ମାସରେ ନିଜର ପୁରୁଷବନ୍ଧୁଙ୍କ ସହିତ ଦୁର୍ବଳ ମୁହୂର୍ତ୍ତର ଭିଡଓକୁ ପୁରୁଷ ବନ୍ଧୁ ଭାଇରାଲ୍ କରିଥିଲା । ଯାହା ଫଳରେ ଯବତୀ ଜଣକ ଏହି ଘଟଣା ପରେ ନିଜର ଆତ୍ମ ସମ୍ମାନ ପାଇଁ ବାଙ୍କୀ ଥାନାର ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ସୂଚନା ମୁତାବକ ଏନେଇ ଗତ ନଭେମ୍ବର ୧୪ତାରିଖରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବାଙ୍କୀ ପୋଲିସ୍ ପକ୍ଷରୁ ଏହି ଘଟଣା ନେଇ କୌଣସି ତତ୍ପରତା ନଦେଖାଇବାରୁ ଯୁବତୀ ଜଣକ କଟକ ଜିଲ୍ଲା ଗ୍ର୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ ।ପୁରୁଷ ବନ୍ଧୁର ମୋବାଇଲ୍‌କୁ ଟ୍ରାକ୍ କରି ବାଙ୍କୀ ପୋଲିସ୍ ଓ କଟକ ଜିଲ୍ଲା ପୋଲିସ୍ତ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଯାଜପୁର ରୋଡରୁ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲେ । ସୂଚନା ଯାଗ୍ୟ ଅଭିଯୁକ୍ତ ଅମୀୟ ଚକ୍ର ପିତା ଅଭୟଚକ୍ର ପୁରୁଣା ଭୁବନେଶ୍ୱର ଥାନା ଅନ୍ତର୍ଗତ ଲିଙ୍ଗରାଜ ନଗରର ବୋଲି ଜଣାପଡିଛି । ବାଙ୍କୀ ପୋଲିସ୍ ପକ୍ଷରୁ ଏଥିପାଇଁ କେସ୍ ନମ୍ବର ୩୯୧/୨୪ ରୁଜୁ କରାଯାଇ ଯୁବକଜଣକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ।

Exit mobile version