ନୟାଗଡ ମହର୍ଷି କ୍ଲବର ସେବା ମୂଳକ କାର୍ଯ୍ୟକ୍ରମ : ସାଧାରଣରେ ପ୍ରଂଶସା

ଓଡିଶା ତାଜା ନ୍ୟୁଜ୍ (୨୨ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଶନିବାର ଅପରାହ୍ନ ୪ ଘଟିକା ସମୟ ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କୁ ଙ୍କ ମାଧ୍ୟମ ରେ ମହର୍ଷି କ୍ଲବ ତରଫରୁ ଶ୍ରୀ ଚିନ୍ମୟ ପାଲ୍ ଙ୍କ ନେତୃତ୍ୱ ରେ ତଥା ଅନ୍ୟାନ୍ୟ କର୍ମଚରୀ ବୃନ୍ଦ ରୁଦ୍ର ପ୍ରତାପ ଜେନା, ରାଜେଶ୍ ବାରିକ୍ , ଆୟୁଷ ଭାଲୋଟିଆ, ତୁଷାର ପାଲ୍ , ସୁଚିଶ୍ମିତା ଜେନା,ରୋଜାଲିନ ଜେନା, ଅଭିଜିତ ମିଶ୍ର , ଅଙ୍କିତ୍ ପଟ୍ଟାୟକଙ୍କ, ରୀତିଶା ଋତୁପର୍ଣ୍ଣା , ଓମ ଆଦିତ୍ୟ ଆନୁଷ୍ଠାନିକ ଭାବେ ମାସ୍କ ଏବଂ ବିସ୍କୁଟ୍ ବିତରଣ କରିଥିଲେ ।

ଏହାର ଶୁଭାରମ୍ଭ ଦ୍ଵାରା କରାଯାଇଥିଲା । ଏତଦ୍ ବ୍ୟତୀତ ନୟାଗଡ ପୌର ପାଳିକା ଦ୍ଵାରା ନିର୍ମିତ ତ୍ରିନାଥ ଛକ ସ୍ଥିଥ ବାସହୀନ ଆଶ୍ରୟ ସ୍ଥଳୀରେ ମଧ୍ୟ ବିତରଣ କରିଥିଲେ । ମହର୍ଷି କ୍ଲବ ର ଆନୁକୁଲୟରେ ଅନୁଷ୍ଠିତ ଏହି ସେବା କାର୍ଯ୍ୟକ୍ରମ ପାଇଁ ନୟାଗଡ଼ ବୁଦ୍ଧିଜୀବୀ ଗ୍ରହଣ ରେ ଛାତ୍ର ଛାତ୍ରୀ ମାନେ ପ୍ରଶଂସା ର ପାତ୍ର ସାଜିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥୀ ଭାବେ ମହର୍ଷି ବିଦ୍ୟା ମନ୍ଦିର ର ଶିକ୍ଷକ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଦାସ ଏବଂ ଶ୍ରୀଯୁକ୍ତ ଶରତ କୁମାର ପ୍ରଧାନ ଯୋଗଦେଇ ଛାତରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ (ରିପୋର୍ଟ- ରାମକୃଷ୍ଣ ରଥ)

Exit mobile version