୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୮ତମ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦାନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱର୍ଗତ ବିଦ୍ୟାରତ୍ନ ବାଙ୍କୀର ବରପୁତ୍ର ଭାବେ ବର୍ଣ୍ଣନା କରିଥିଲେ । ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପଣ୍ଡିତ ବିଦ୍ୟାରତ୍ନ ଜଣେ ସାମ୍ବାଦିକ ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ଓ ଭାଷା ଆନ୍ଦୋଳନର ପ୍ରବକ୍ତା ଭାବେ ବର୍ଣ୍ଣନା କରିଥିଲେ ।
