Home ଓଡ଼ିଶା ଜନ୍ମସ୍ଥାନ ବୈଦ୍ୟେଶ୍ୱର ଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୮ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- କଟକ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜିଲ୍ଲାସ୍ତରୀୟ ୧୫୮ତମ ଜନ୍ମ ଦିବସ ବୈଦ୍ୟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ତଥା ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ କମିଟିର ସଭାପତି ସୁରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ବିଦ୍ୟାରତ୍ନଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ବିଦ୍ୟାରତ୍ନ ବାଙ୍କୀର ଗର୍ବ ଓ ଗୌରବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବାଙ୍କୀର ସହକାରୀ ଜିଲ୍ଲାପାଳ ପ୍ରିୟଙ୍କା ଜୁଝାର ସିଂ, କବି ରବିନାରାୟଣ ମଙ୍ଗରାଜ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢୀ, ସମିତିସଭ୍ୟ ମହେଶ୍ୱର ମହାପାତ୍ର, ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ସାହୁ, ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର , କବି ସୁନୀଲ୍ କୁମାର ମିଶ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କବିକୌଶିକ ନାୟକ, କମଳାକାନ୍ତ ପ୍ରହରାଜ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ , ସାମ୍ବାଦିକ ବିଭୂପ୍ରସାଦ ସାମଲ ପ୍ରମୁଖ ଯୋଗଦାନ କରି ବିଦ୍ୟାରତ୍ନଙ୍କୁ ଓଡ଼ିଶାର ବରପୁତ୍ର ଭାବେ ବର୍ଣ୍ଣନା କରିଥିଲେ । ସେ ଜଣେ ଆଦର୍ଶ ସାମ୍ବାଦିକ , ସଂଗଠକ ଓ ବିଭିନ୍ନ ପତ୍ରପତ୍ରିକାର ସଂପାଦକ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ ବୋଲି କହିଥିଲେ । ସମିତି ସଭ୍ୟ ମହେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା by Proprietor Abhimanyu Maharana July 8, 2026 କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ by Proprietor Abhimanyu Maharana July 8, 2026 ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ by Proprietor Abhimanyu Maharana July 8, 2026 ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 8, 2026 ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ by Proprietor Abhimanyu Maharana July 8, 2026 ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ by Proprietor Abhimanyu Maharana July 8, 2026