ତାଳବସ୍ତ ରଜକମିଟି ସଦସ୍ୟମାନଙ୍କ ଦ୍ୱାରା ପୋଖରୀ ସଫେଇ କାର୍ଯ୍ୟକ୍ରମ

୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-  ପବିତ୍ର ମାଣବସା ଅବସରରେ ଡମପଡ଼ା ବ୍ଳକ ଅନ୍ତର୍ଗତ ତାଳବସ୍ତ ରଜମହୋତ୍ସବ କମିଟିର ସଦସ୍ୟମାନଙ୍କ ଦ୍ୱାରା ଗ୍ରାମର ମହାଜନ ପୋଖରୀକୁ ସଫାସୁତରା କରିଥିଲେ । ଏହି ପୋଖରୀ ଗ୍ରାମର ବଡପୋଖରୀ ଅଟେ ଓ ଏହା ଦୀର୍ଘଦିନ ହେଲା ଦଳପୂର୍ଣ୍ଣ ହୋଇ ରହିଥିଲା । ରଜକମିଟିର ସଦିସ୍ୟ ବିଶ୍ୱରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ବସନ୍ତ ବାରିକ ,

ସିଲୁ ବେହେରା, ବିପିନି ବାରିକ, ସୁକାନ୍ତ ବାରିକ, ଅଜୟ ସାହୁ, କାଳନ୍ଦୀ ବେହେରା, ତ୍ରିନାଥ ପରିଡା, ପଞ୍ଚାନନ ପ୍ରଧାନ, ରଞ୍ଜନ ରାଜ ଓ ସିଲୁ ମନ୍ତ୍ରୀ ପ୍ରଭୃତିଙ୍କ ସହଯୋଗରେ ପୋଖରୀରୁ ଦଳ ଓ ଆବର୍ଜନା ପଦାର୍ଥ ପରିସ୍କାର କରିଥିଲେ । ଏତାଦୃଶ କାର୍ଯ୍ୟପାଇଁ ଗ୍ରାମବାସୀମାନେ ସେମାନଙ୍କୁ ପ୍ରଶଂସା କରିଛନ୍ତି । 

Exit mobile version