୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଆନୁକୁଲ୍ୟରେ “ ଇଂରାଜୀ ଅଧ୍ୟୟନ ମିଶ୍ରଣର ପାଠ୍ୟ, ଧାରା ଓ ଗତିପଥ” ସଂପର୍କରେ ଏକ ଜାତୀୟ ଆଲୋଚନାଚକ୍ର କଲେଜ ଦୃଶ୍ୟଶ୍ରାବ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଲେଖକ ଓ ଭାଷାବିତ୍ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାରର ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଅସୀମ ରଞ୍ଜନ ପାଢୀ ଯୋଗଦାନ କରି ଇଂରାଜୀ ଭାଷା ଏକ ଯୋଗାଯୋଗର ଭାଷା ଓ ଏହି ଭାଷାକୁ ଅନ୍ୟଭାଷାକୁ ଅନୁବାଦ କରିଲେ ତାହା ସୁନ୍ଦର ଭାବେ ଉପସ୍ଥାପନ ହୋଇପାରିବ ବୋଲି କହିଥିଲେ । ବିଶେଷ କରି ଚଳିତ ବର୍ଷ ନୂତନ ଶିକ୍ଷାନୀତି ଲାଗୁ ହେବା ଫଳରେ ଇଂରାଜୀ ଭାଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ଯେପରି ପାହାଡରେ ରାସ୍ତା ନିର୍ମାଣ କରିବା ସମୟ ଲାଗିବ ସେହିପରି ଜାତୀୟ ଶିକ୍ଷାନୀତିରେ ଇଂରାଜୀ ଭାଷାର ଉତ୍ତମ ଫଳ ପାଇଁ କିଛି ସମୟ ଲାଗିବ ବୋଲି ପ୍ରଫେସର ଡକ୍ଟର ପାଢୀ ଉଲ୍ଲେଖ କରିଥିଲେ ।
ସମ୍ମାନିତବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରଫେସର ଡକ୍ଟର ପ୍ରୀତିନନ୍ଦା ରାୟ ଯୋଗଦାନ କରି ଇଂରାଜୀ ଭାଷା ଏକ ସୁନ୍ଦର ଭାଷା ଏବଂ ଏହି ଭାଷା ଏବେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆଗ୍ରହ ପ୍ରକାଶ କରି ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ପଢ଼ୁଛନ୍ତି । ଏହି ପ୍ରରିପେକ୍ଷୀରେ ଆମ ସଂସ୍କୃତିର ଦେବତା ପ୍ରଭୁ ଜଗନ୍ନାଥ ଶବ୍ଦକୁ ସାରା ବିଶ୍ୱରେ ସମସ୍ତ ଭାଷାରେ ଜଗନ୍ନାଥ ହିଁ ଉଲ୍ଲେଖ ରହିଛି ବୋଲି ଡକ୍ଟର ରାୟ ପ୍ରକାଶ କରିଥିଲେ । ଏହି ଆଲୋଚନାଚକ୍ରକୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଉଦ୍ଘାଟନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡକ୍ଟର ଚିନ୍ମୟଚିରସୁନ୍ଦର ଦାସ ସଭାପତିତ୍ୱ କରିଥିଲେ ।
