Home ଓଡ଼ିଶା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଦିନିକିଆ କର୍ମଶାଳା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :–> ଦିର୍ଘସ୍ଥାୟୀ ବିକାଶ ଲକ୍ଷର ସ୍ଥାନୀୟକରଣ ପରେ ସରକାରି ଓ ବେସରକାରି ସ୍ତରରେ ୦୯ ଗୋଟି ବିଷୟ କୁ ନେଇ ଚର୍ଚା ଚାଲିଥିବା ବେଳେ ଗୁରୁତ୍ୱ ପୁର୍ଣ୍ଣ ବିଷୟ “ସୁସ୍ଥ ପଂଚାୟତ ଗଠନରେ ଗ୍ରାମପଂଚାୟତ ବିକାଶ ଯୋଜନା ର ସୁଦୃଢିକରଣ” ଶିର୍ଷକ ଏକ ଦିନିକିଆ କର୍ମଶାଳା ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ ଓ କ୍ରାଏ କୋଲକତା ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦିନିକିଆ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ସ୍ଥାନୀୟ ଶିଶୁ ବିକାଶ ଅଧିକାରି ନିବେଦିତା ପ୍ରଧାନ ଯୋଗଦେଇ ସୁସ୍ଥ ଗ୍ରାମପଂଚାୟତ କରିବାକୁ ହେଲେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ହିତାଧିକାରୀ ମାନଙ୍କୁ ସେବା ପହଂଚାଇବା ସହିତ ଯୋଜନା ସମ୍ପର୍କିତ ବାର୍ତା ଜଣାଇବାକୁ ପଡିବ ବୋଲି କହିବା ସହିତ ଗ୍ରାମାଂଚଳରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ କୁ ଦୂରେଇ ସରକାରୀ ଅନୁଷ୍ଠାନ ଗୁଡିକ ସହିତ ଯୋଡିହେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞନ କର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ୱାସ୍ଥ୍ୟ ସମସ୍ୟା କୁ ଚିହ୍ନଟ କରି କିପରି ଏକ ସଂଗଠିତ ଯୋଜନା ପ୍ରସ୍ତୁତ ହୋଇ ଗ୍ରମପଂଚାୟତ ବିକାଶ ଯୋଜନା ରେ ସାମିଲ କରାଯିବ ତାହା ଏକ ପାଓାରପଏନ୍ଟ ଉପାସ୍ଥାପନା ମାଧ୍ୟମରେ ବୁଝାଇଥିଲେ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୁ ନେଇ କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ଭ୍ରାନ୍ତ ଧାରଣା ଗୁଡିକୁ ଉପସ୍ଥାପନା କରି ଏହିଦିଗରେ ସମସ୍ତ ସେବାପ୍ରଦାନ କାରୀ ମାନେ କି ପଦକ୍ଷେପ ନେଇପାରିବେ ତାହା ପ୍ରଦିପ କୁମାର ସ୍ୱାଇଁ ଉପସ୍ଥାପନା ସହିତ ଏକ ଖୋଲା ଆଲୋଚନା କରାଇଥିଲେ । ସୁସ୍ଥ ପଂଚାୟତ କହିଲେ ଆମେ ପୁଷ୍ଟି ବା ପୋଷଣ କୁ ବାଦ୍ ଦେଇପାରିବା ନାହିଁ କାରଣ ପୁଷ୍ଟି ସଦାସର୍ବଦା ସ୍ୱାସ୍ଥ୍ୟ ସହିତ ଯଡିତ । ସନ୍ତୁଳିତ ଖାଦ୍ୟ ବିନା ସୁସ୍ଥ ଜିବନ ଅସମ୍ଭବ । ସନ୍ତୁଳିତ ଆହାର ର ଗୁରୁତ୍ୱ ଓ ଏହାର ଅଭ୍ୟାଶଗତ ଳାଭ ବିଷୟରେ ଡାକ୍ତର ଜତିନ୍ଦ୍ର ପ୍ରଧାନ କହିଥିଲେ । ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ଶିକ୍ଷାଦାତ୍ରୀ ସଜନୀ ପ୍ରଧାନ ଓ ବ୍ଲକ୍ ଡାଟା ମ୍ୟାନେଜର ପ୍ରତ୍ୟୁଷ କୁମାର କାନ୍ତି ଉପସ୍ଥିତ ରହି ବାଲ୍ୟବିବାହ ବନ୍ଦ ଠାରୁ ଆରମ୍ଭ କରି କିଶୋରୀ ବାଳିକା ଶିକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ରେ ଭାଗିଦାରିତା କୁ ସୁନିଶ୍ଚିତ କରି ପାରିଲେ ଆମେ ଲକ୍ଷ ସ୍ଥଳରେ ପହଂଚିପାରିବା ବୋଲି ମତ ବ୍ୟକ୍ତ କରିଥିଲେ । ଏଥିସହ ଫିରିଙ୍ଗିଆ ର ମହିଳା ପରିଦର୍ଶିକା ରତ୍ନାବତୀ ବେହେରା, କେଶନୀ ପ୍ରଧାନ, ଅପର୍ଣ୍ଣା ଦିଗାଲ ଓ ବିନତା ପ୍ରଧାନ ଯୋଗଦେଇ ସ୍ଥାନୀୟ ଅଂଚଳରେ ଥିବା ଖାଦ୍ୟ ର ଅଭ୍ୟାଶଗତ ସ୍ଥିତି କୁ ଜଣାଇବା ସହିତ ଏହାର ପରିବତ୍ରନ ର ଆବଶ୍ୟକତା ଅଛି ବୋଲି ମତ ବ୍ୟକ୍ତ କରିଥିଲେ । କାର୍ଯକ୍ରମ ର ଶେଷ ଭାଗରେ ମାନସିକ ଅସୁସ୍ଥତା ଏକ ସ୍ୱାସ୍ଥ୍ୟଗତ ଜଟିଳତା ହୋଇଥିବାରୁ ସୁସ୍ଥ ପଂଚାୟତ ଗଠନ ନିମିତ ଏହାର ସଠିକ ପରିଚାଳନା ଆବଶ୍ୟକ ହେତୁ ଏକ ସମ୍ୟକ ଉପସ୍ଥାପନା କାର୍ଯ୍ୟକ୍ରମ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାଶ ଓ ଆଲୋକ ସାମନ୍ତରାୟ ଙ୍କ ଦ୍ୱାରା କରାଯାଇଥିଲା । କାର୍ଯ୍ୟକ୍ରମ ରେ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ଅନ୍ୟ କର୍ମକର୍ତା ଓ ସ୍ୱେଚ୍ଚାସେବୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026 ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ by Proprietor Abhimanyu Maharana September 29, 2026 ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026