Home ଓଡ଼ିଶା ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ଲୋକସଭାର ଶୀତକାଳୀନ ଅଧିବେଶନ ସମୟରେ ୩୭୭ ଧାରା ଅଧିନିୟମ ଆଧାରରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ବରଗଡରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ,ହୋଇଥିବା ଭାରତୀୟ ହସ୍ତତନ୍ତ ବୟନ ଶିଳ୍ପ ଓ ଡିପ୍ଲୋମା ପାଠ୍ଯକ୍ରମରେ ସ୍ନାତକ ପାଠ୍ଯକ୍ରମ ଯୋଡିବା ସହ ବରଗଡ – ବରପାଲି ଜାତୀୟ ରାଜପଥ ନିକଟରେ ଅବସ୍ଥିତ ବାଳିଜୋରି ସମ୍ବଲପୁର କପଡା ବଜାରକୁ ଉନ୍ନତ ମାନର ବଜାର ସ୍ଥାପିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ତାଙ୍କ ଦାବୀରେ ଉଲ୍ଲେଖ କରିଛନ୍ତି ଯେ,ଶ୍ରୀ ସନ୍ତୋଷ ଗଙ୍ଗାୱାରଜୀ ଯେତେ ବେଳେ କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଥିଲେ ୨୦୧୫ ମସିହାରେ ବରଗଡ ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ବରଗଡ ଆଇଆଇଏଚଟି କୁ ସ୍ନାତକ ଡିଗ୍ରୀରେ ଅପଗ୍ରେଡ କରିବା ପାଇଁ ଘୋଷଣା କରିଥିଲେ । ସମ୍ବଲପୁରୀ ହେଣ୍ତଲୁମ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବିସ୍ତାରିତ ଥିବା କାରଣରୁ ଏହାଦ୍ୱାରା ଅନେକ ବୁଣାକାର ଲାଭାନ୍ୱିତ ହେବେ । ସାଂସଦ ଶ୍ରୀ ପୁରୋହିତ ବରଗଡ ର ବାଲିଜୋରୀ ବଜାର ଉପରେ କିଭଲି ୧୧ଟି ଜିଲ୍ଲାର ବୁଣାକାର ନିର୍ଭର କରୁଛନ୍ତି ଓ ଓଡିଶା ତଥା ଓଡିଶା ବାହାରର ଗ୍ରାହକ ଓ ବ୍ଯବସାୟୀ ମାନେ ଏହି ବଜାର ଉପରେ ନିର୍ଭର କରୁଥିବା ଦର୍ଶାଇ ଏହି ବଜାର ସାମଗ୍ରୀକ ବିକାଶ ପାଇଁ ମଧ୍ଯ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026