Home ଓଡ଼ିଶା ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ଲୋକସଭାର ଶୀତକାଳୀନ ଅଧିବେଶନ ସମୟରେ ୩୭୭ ଧାରା ଅଧିନିୟମ ଆଧାରରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ବରଗଡରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ,ହୋଇଥିବା ଭାରତୀୟ ହସ୍ତତନ୍ତ ବୟନ ଶିଳ୍ପ ଓ ଡିପ୍ଲୋମା ପାଠ୍ଯକ୍ରମରେ ସ୍ନାତକ ପାଠ୍ଯକ୍ରମ ଯୋଡିବା ସହ ବରଗଡ – ବରପାଲି ଜାତୀୟ ରାଜପଥ ନିକଟରେ ଅବସ୍ଥିତ ବାଳିଜୋରି ସମ୍ବଲପୁର କପଡା ବଜାରକୁ ଉନ୍ନତ ମାନର ବଜାର ସ୍ଥାପିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ତାଙ୍କ ଦାବୀରେ ଉଲ୍ଲେଖ କରିଛନ୍ତି ଯେ,ଶ୍ରୀ ସନ୍ତୋଷ ଗଙ୍ଗାୱାରଜୀ ଯେତେ ବେଳେ କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଥିଲେ ୨୦୧୫ ମସିହାରେ ବରଗଡ ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ବରଗଡ ଆଇଆଇଏଚଟି କୁ ସ୍ନାତକ ଡିଗ୍ରୀରେ ଅପଗ୍ରେଡ କରିବା ପାଇଁ ଘୋଷଣା କରିଥିଲେ । ସମ୍ବଲପୁରୀ ହେଣ୍ତଲୁମ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବିସ୍ତାରିତ ଥିବା କାରଣରୁ ଏହାଦ୍ୱାରା ଅନେକ ବୁଣାକାର ଲାଭାନ୍ୱିତ ହେବେ । ସାଂସଦ ଶ୍ରୀ ପୁରୋହିତ ବରଗଡ ର ବାଲିଜୋରୀ ବଜାର ଉପରେ କିଭଲି ୧୧ଟି ଜିଲ୍ଲାର ବୁଣାକାର ନିର୍ଭର କରୁଛନ୍ତି ଓ ଓଡିଶା ତଥା ଓଡିଶା ବାହାରର ଗ୍ରାହକ ଓ ବ୍ଯବସାୟୀ ମାନେ ଏହି ବଜାର ଉପରେ ନିର୍ଭର କରୁଥିବା ଦର୍ଶାଇ ଏହି ବଜାର ସାମଗ୍ରୀକ ବିକାଶ ପାଇଁ ମଧ୍ଯ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026