୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନାଦାନ ପରିନ୍ଦେ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଭୁବନେଶ୍ୱର ଠାରେ ତା ୨୨.୧୨.୨୦୨୪ (ରବିବାର) ସ୍ଥାନୀୟ ବିଜେବି କଲେଜ ପଡିଆ ଠାରେ ଖାଟୁ ଶ୍ୟାମବାବାଙ୍କ ଭବ୍ୟ ଭଜନ ସଂଧ୍ୟା ଆୟୋଜିତ ହେଉଅଛି । ଏହି ଉତ୍ସବଟି ଅପରାହ୍ନ ୩ଘଟିକାରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ସର୍ବଶେଷରେ ଆଳତୀ ହେବ । ଏଥିରେ ଦେଶର ପ୍ରସିଦ୍ଧ କଳାକାରମାନେ ଯଥା ଶ୍ରୀ ବାବା ହଂସରାଜ ରଘୁବଂଶୀ, ରାଜ୍ ପାରିକ୍, ପୂଜା ନାଥାନି, କେଶବ କୌଶିକ, ନରେଶ ପୁନି ଏବଂ ରାଜେଶ ଗୋଏଲଙ୍କର ମଧୁର ସ୍ୱରରେ ଖାଟୁ ଶ୍ୟାମ ବାବାଙ୍କ ମହିମାକୁ ବର୍ଣ୍ଣନା କରିବା ସହ ଭଜନ ଗୁଡିକ ପରିବେଷଣ କରିବେ । ଏହି ଉତ୍ସବକୁ ପ୍ରତି ବର୍ଷ ପରି ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁ ମାନଙ୍କର ଉପସ୍ଥିତ ହେବ ବୋଲି ଆଶା କରାଯାଉଛି ।
