Home ଅପରାଧ ଦାରିଙ୍ଗବାଡି ଥାନା : ଅଡିଓ ଭାଇରାଲ ପରେ ହୋମଗାର୍ଡଙ୍କ ସମେତ ୫ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗଞ୍ଜେଇ ଗଛକୁ ନ କାଟିବା ପାଇଁ ଗଞ୍ଜେଇ ଚାଷୀଙ୍କ ସହ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ଘଟଣାରେ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ି ପୋଲିସ ଜଣେ ହୋମଗାର୍ଡଙ୍କ ସହ ୫ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଦାରିଙ୍ଗବାଡ଼ି ଥାନାର ହୋମଗାର୍ଡ ସତ୍ୟଜିତ ମଲିକଙ୍କ ସମେତ ଗଞ୍ଜେଇ ଚାଷରେ ସମ୍ପୃକ୍ତି ଥିବା ମାନସ ପ୍ରଧାନ, ରାଜୁ ବେହେରା, ପ୍ରଫୁଲ କୁମାର ପ୍ରଧାନ ଏବଂ ଆଦିକନ୍ଦ ପ୍ରଧାନ ବୋଲି ଏକ ଖବରଦାତା ସମ୍ମିଳନୀରେ କନ୍ଧମାଳ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ସୂଚନା ଦେଇ କହିଛନ୍ତି ଯେ, ଗୁରୁବାର ଉକ୍ତ ଥାନା ପରପାଙ୍କା ଏବଂ ପ୍ଲିହେରି ଅଞ୍ଚଳରେ ୭୦ ଏକର ଜମିରେ ଗଞ୍ଜେଇ ଗଛ କଟାଯାଇଛି। ବେଆଇନ ଗଞ୍ଜେଇ ଗଛ ବିରୋଧରେ କନ୍ଧମାଳ ଏସ୍ପି ହରିଶ ବିଶିଙ୍କ ନିର୍ଦ୍ଦେଶ ପ୍ରକାରେ ସାରା ଜିଲାରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ତେବେ ଉକ୍ତ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଚାଲିଥିବା ଖବର ପାଇବା ପରେ ଆଇଆଇସି ଅଶୋକ କୁମାର ହାଁସଦାଙ୍କ ନେତୃତ୍ୱରେ ପୋଲିସ ଗଞ୍ଜେଇ ଗଛ କାଟି ଥିଲା। ତେବେ ପୂର୍ବରୁ ଏହି ଚାଷକୁ କାର୍ଯ୍ୟରତ ହୋମଗାର୍ଡ ସତ୍ୟଜିତ୍ ଗଛ କଟାଯିବ ନାହିଁ ବୋଲି ଚାଷୀଙ୍କୁ ଉତ୍କୋଚ ଦାବି କରିଥିଲେ। ତୁରନ୍ତ ସନ୍ଧ୍ୟା ଭିତରେ ପହଞ୍ଚି ବଡ଼ ସାର୍ଙ୍କୁ ଭେଟିବାକୁ ସେ ପରାମର୍ଶ ଦେଇଥିଲେ। ଯାହାକି ଅଡିଓ ଭାଇରାଲର ପ୍ରାଥମିକ ତଦନ୍ତରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ବେଳେ ଏହାର ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଆଡିଶନାଲ ଏସ୍ପି ) ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ଏସ୍ଡିପିଓ କମଳ କୁମାର ପଣ୍ଡା, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ। Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026