ଶୋଭନେଶ୍ବର ମନ୍ଦିର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପୂର୍ବରୁ କଟକ ଜିଲ୍ଲାପାଳଙ୍କ ପରିଦର୍ଶନ ଓ ସମୀକ୍ଷା, ବିଧାୟକଙ୍କ ସହିତ ବୁଲିଲେ ୪ଟି ଐତିହାସିକ ମନ୍ଦିର

୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ବିଭିନ୍ନ ଐତିହାସିକ ମନ୍ଦିର ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ରାଜ୍ୟରେ ଏବେ ସରକାର ଅଣ୍ଟା ଭିଡିଛନ୍ତି । ସେହି ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶୋଭନେଶ୍ବର ମନ୍ଦିର ପର୍ଯ୍ୟଟକ ମାନ୍ୟତା ପାଇଁ ଆରମ୍ଭ ହୋଇଛି ଉଦ୍ଯମ । ଆଜି କଟକ ଜିଲ୍ଲାପାଳ ଓ ନିଆଳି ବିଧାୟକ ଛବି ମଲ୍ଲିକ ପ୍ରଥମେ ଶୋଭନେଶ୍ବର ମନ୍ଦିର ପରିଦର୍ଶନ ଓ ସମୀକ୍ଷା ପରେ ନିଆଳି ଅଞ୍ଚଳର ଅନ୍ୟ ତିନୋଟି ଐତିହାସିକ ମନ୍ଦିର ପରିଦର୍ଶନ କରିଛନ୍ତି ।‌

ଐତିହାସିକ ମନ୍ଦିର ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏବେ ଆରମ୍ଭ ହୋଇଛି ସମୀକ୍ଷା । ବିଭିନ୍ନ ମନ୍ଦିର ଗୁଡ଼ିକୁ କେଉଁ ଶତାବ୍ଦୀର ଅଟେ, ସେ ନେଇ କାରୁକାର୍ଯ୍ୟ ଓ ସ୍ଥିତି ସମ୍ପର୍କରେ ଆରମ୍ଭ ହୋଇଛି ସମୀକ୍ଷା । ଆଜି ପ୍ରଥମେ କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରାଚୀ ତଟ ପ୍ରସିଦ୍ଧ ଶୈବପୀଠ କଟକ ଜିଲ୍ଲାପାଳ ଶ୍ରୀଦତ୍ତତ୍ରାୟା ଭାଉ ସାହେବ ସିଦ୍ଧେ ପହଞ୍ଚି ସମୀକ୍ଷା ପରେ କହିଛନ୍ତି, ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅଛି ନିଆଳି ଅଞ୍ଚଳରେ ୪/୫ ଟି ତୀର୍ଥ ରହିଛି, ମିଳିତ ପରିଦର୍ଶନ କରିବା ସହିତ ଲୋକଙ୍କ ସହିତ କଥା ହେବା ପରେ ରାଜ୍ଯ ସରକାରଙ୍କୁ ଜଣାଇବୁ ।

ରାଜ୍ୟ ସରକାର ତା’ ଉପରେ ନିଷ୍ପତ୍ତି ନେବେ ।‌ ପରେ ଜିଲ୍ଲାପାଳ ନିଆଳି ଅଞ୍ଚଳର ମାଧବାନନ୍ଦ ଜୀଉଙ୍କ ପୀଠ,କୃଷ୍ଣ ପ୍ରସାଦ ଅଙ୍ଗେଶ୍ବର , ନିର୍ଭରଣ ଗ୍ରାମେଶ୍ବର ଓ ଷଢାଶର ତ୍ରିଲୋଚନଶ୍ବର ସମେତ ଅନ୍ୟ ଐତିହ୍ୟ ମନ୍ଦିର ସ୍ଥଳ ପରିଦର୍ଶନରେ ଯାଇଥିଲେ । ସେହିପରି ନିଆଳି ବିଧାୟକ ଛବି ମଲ୍ଲିକ କହିଛନ୍ତି, ଯେ ଆମେ ସରକାରଙ୍କୁ ଜଣାଇବା ପରେ ଆଜି ଜିଲ୍ଲାପାଳ ଆସିଥିଲେ । ଜିଲ୍ଲାପାଳ ନିଜେ ପରିଦର୍ଶନ ସହିତ ସମିକ୍ଷା କରୁଛନ୍ତି । ଯେଉଁ ମାନେ ଶୋଭନେଶ୍ବର ମନ୍ଦିର ସମ୍ମୁଖ ଏବଂ ଚର୍ତୁପାଶ୍ୱରେ ଅଛନ୍ତି ତାହା,ଦଖଲ ମୁକ୍ତ ହେବ ।

ଶୋଭନେଶ୍ବର ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛୁ । ଆଜି ନିଆଳି ଅଞ୍ଚଳର କେତେକ ଐତିହାସିକ ମନ୍ଦିର ଅଛି ପରିଦର୍ଶନ କରିବେ । ମନ୍ଦୀରମାନଙ୍କର ଉନ୍ନତି କରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ପରେ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଐତିହାସିକ ମନ୍ଦିର ଚିହ୍ନଟ କରାଯିବା ପାଇଁ ଉଦ୍ୟମ କରାଯିବ । ବିଧାୟକଙ୍କ ଏପରି କାର୍ଯ୍ୟକୁ ନିଆଳି ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Exit mobile version