୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ୟୁନିକ୍ ଇନ୍ଫୋ ସଲ୍ୟୁଶନ୍ସର ପ୍ରତିଷ୍ଠାତା ଶ୍ରୀ ପ୍ରକାଶ ଶାହା ଓଡିଶାରେ ପରିବର୍ତନଶୀଳ ଗଭର୍ଣ୍ଣମେଂଟ-ଟୁ-ସିଟିଜେନ (ଜି୨ସି) ପ୍ରୋଗ୍ରାମଗୁଡିକର କାର୍ଯ୍ୟକାରିତା ଉପରେ ଏକ ତଥ୍ୟପୂର୍ଣ୍ଣ ଆଲୋଚନାରେ ନିଜର ମତାମତ ବ୍ୟକ୍ତ କରିଛନ୍ତି । ୱାନ ନେଶନ ୱାନ୍ ଷ୍ଟୁଡେଂଟ ଆଇଡି (ଏପିଏଏଆର୍), ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭଳି ଅଭିନବ ଅଭିଯାନ ଏବଂ ରାଜ୍ୟରେ ପରିଚାଳନାକୁ ଉନ୍ନତ କରିବା ଓ ନାଗରିକଙ୍କୁ ସଶକ୍ତ କରିବା ଉପରେ ଲକ୍ଷ୍ୟ ରଖିଥିବା ଅନ୍ୟାନ୍ୟ ଅତ୍ୟାଧୁନିକ ପଦକ୍ଷେପଗୁଡିକ ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଶାହା ସାର୍ବଜନିନ ସେବାର କାର୍ଯ୍ୟକାରିତାକୁ ଉନ୍ନତ କରିବା ଓ ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଏଭଳି ପ୍ରୋଗ୍ରାମଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମହତ୍ୱ ଦେଇଥିଲେ ।
ଡିଜିଟାଲ ଢାଂଚାକୁ ସାମିଲ କରି ଏବଂ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରି ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକ ସରକାରୀ ସେବାଗୁଡିକର ଉପଲବ୍ଧତାକୁ ସରଳ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ ଆଲୋକପାତ କରିଥିଲେ । ଏପିଏଏଆର୍ ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକୀକୃତ ଡିଜିଟାଲ ପରିଚୟ ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ । ଏହି ଆଇଡି ଏକ ଆଜୀବନ ଏକାଡେମିକ ପ୍ରମାଣପତ୍ର ଭାବେ କାର୍ଯ୍ୟ କରିବ, ଯାହା ଦେଶବ୍ୟାପୀ ଶିକ୍ଷା ଓ କ୍ୟାରିୟର ସୁଯୋଗ ପାଇଁ ବାଧାମୁକ୍ତ ପହଂଚ ସୁନିଶ୍ଚିତ କରିଥାଏ । ଶ୍ରୀ ଶାହା ଏପିଏଏଆର୍ କିଭଳୀ ଛାତ୍ରଛାତ୍ରୀଙ୍କ ପ୍ରଗତିର ସ୍ୱଚ୍ଛ ଓ ଦକ୍ଷ ଟ୍ରାକିଙ୍ଗ୍କୁ ସକ୍ଷମ କରିବ ତାହାକୁ ବାଖ୍ୟା କରିଥିଲେ, ଯାହାଫଳରେ ଶିକ୍ଷା ବ୍ୟବସ୍ଥାରେ ଉତରଦାୟିତ୍ୱ ବୃଦ୍ଧି ପାଇବ ।
