୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହବିଦ୍ୟାଳୟ ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ଶେଷ ବର୍ଷ + ୩ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସନ୍ଦର୍ଭ ଉପସ୍ଥାପନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଶୁଭାରମ୍ଭ କରିଥିଲେ । ବିଶେଷ କରି କମ୍ପ୍ୟୁଟର ମାଧ୍ୟମରେ ସନ୍ଦର୍ଭର ବିଭିନ୍ନ ଶୈଳୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିଲେ ।
