Home ଓଡ଼ିଶା ମହୋଦଧି ଦିବସ ରେ ବିଚ ଓସେନ ସ୍ପୋର୍ଟ୍ସ ପ୍ରତିଯୋଗିତା ବିଜେତା ଇଣ୍ଡିଆ ଟିମ କୁ ଟ୍ରଫି ପ୍ରଦାନ କଲେ କ୍ରୀଡାମନ୍ତ୍ରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମହୋଦଧି ଦିବସ ର ଉଦଯାପନୀ ଦିବସରେ ବିଚ ଓସେନ ସ୍ପୋର୍ଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ସମୁଦ୍ର ଜଳରାଶି ରେ ଅନୁଷ୍ଠିତ ଖେଳ ମଧ୍ୟରେ ସମୁଦ୍ରପହଁରା,କାୟକିଙ୍ଗ କନୱାଗିଙ୍ଗ,ରନ ସୁଇମ ରନ, ରେସକ୍ଯୁ ଟିୟୁ ରେସକ୍ଯୁ କ୍ରୀଡା ରେ ଦଳଗତ ଭାବେ ଇଣ୍ଡିଆ ଟିମ ବିଜେତା ଘୋଷଣା ହୋଇଥିଲା |ବିଜେତା ଟିମ କୁ ରାଜ୍ୟ କ୍ରୀଡା, ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟ୍ରଫି ପ୍ରଦାନ କରି ସନ୍ନମାନିତ କରିଥିଲେ ଶ୍ରୀଲଙ୍କା ଟିମ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥିଲେ ||ଆୟୋଜିତ ଉତ୍ସଚ ରେ ଅଭ୍ୟର୍ଥନା କମିଟି ର ଅଧକ୍ଷ ଜିତେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |କ୍ରୀଡାମନ୍ତ୍ରୀ ଶ୍ରୀ ସୂରଜ କହିଲେ ଯେ ଖୁବ କମ ସମୟରେ ଏହି କ୍ରୀଡା ଆୟୋଜନ ହୋଇଛି |ଲାଇଫ ଗାର୍ଡ ମନଙ୍କୁ ଅଧିକ ପ୍ରଶିକ୍ଷଣ ଦେଲେ ସେମାନେ ଜାତୀୟ ଓ ବିଦେଶ ରେ ସଫଳତା ପାଇପାରିବେ |ଅଲମ୍ପିକ ରେ ଏହି କ୍ରୀଡା ଏକ ନୂଆ ଉନ୍ମାଦ ସୃଷ୍ଟି କରିଛି | କ୍ରୀଡା ର ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ | ଉତ୍ସବ ର ମୁଖ୍ୟ ଶ୍ରୀଦ୍ଧାର୍ଥ ରାୟ କହିଲେ ପାର୍ଯ୍ୟଟକ ଙ୍କ ଜୀବନ ରକ୍ଷା ପାଇଁ ଆମର ଲାଇଫ ଗାର୍ଡ ମାନଙ୍କୁ ଅଧିକ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯିବ |ମହୋଦଧି ସଂଗୀତ ବାଜିବା ସହ କ୍ରୀଡା ମଶାଲ ଜଳିଉଠିଥିଲା | ଭାରତୀୟ କୋଚ ଭାବେ ଆର ଏଲ ଏସ ଏସ ର କୌସ୍ତୁଭ ବକ୍ସି, ରୋହିତ ପି., ପ୍ରଦୀପ ନାଇଡ଼ୁ, ଜୟନ୍ତ କୁମାର ସିଂ, ଆର. ମୈୟାପାନ, ଧର୍ମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ | ବ୍ରାଣ୍ଡ ଅମ୍ବାସେଡର ଭାବେ ଆମେରିକା ର ଜୋନାଥାନ ରବିନସନ ଯୋଗ ଦେଇ ଏହି କ୍ରୀଡା ର ବିଶ୍ଵାସ୍ତରୀୟ ମାନ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ |ସନ୍ନମାନୀତ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇଥିଲେ |କାନରା ବ୍ୟାଙ୍କ ର ଜି ଏମ ଜଗଦୀଶ ଚନ୍ଦ୍ର, ବରିଷ୍ଟ ସେବାୟତ ମଧୁସୂଦନ ସିଂହାରି, ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ ବୋଲି ମେଡ଼ିଆ ଇନଚାର୍ଜ ବିଜୟ ମିଶ୍ର ସୂଚନା ଦେଇଛନ୍ତି | Categories: ଓଡ଼ିଶା, ପୁରୀ, ହୋମ୍ Related Content ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026