Home ଓଡ଼ିଶା ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ଆଧୁନିକ ସୁବିଧା ସହିତ “ଶୀତତାପ ନିୟନ୍ତ୍ରିତ ପେଡ୍ ଲାଉଞ୍ଜ୍” ଉପଲବ୍ଧ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ବର୍ତ୍ତମାନ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ପ୍ଲାଟଫର୍ମ ନଂ୧ ରେ ଥିବା ଷ୍ଟେସନ୍ ବିଲ୍ଡିଂରେ ଯାତ୍ରୀମାନେ ଆଧୁନିକ ସୁବିଧା ସହିତ “ଶୀତତାପ ନିୟନ୍ତ୍ରିତ ପେଡ୍ ଲାଉଞ୍ଜ” ର ସୁବିଧା ପାଇପାରିବେ । ଏସି ପେଡ୍ ଲାଉଞ୍ଜରେ ନାମକୁ ମାତ୍ର ଚାର୍ଜ ଦେବାକୁ ପଡ଼ିବ,ଯଥା ବୟସ୍କ ଲୋକଙ୍କ ପାଇଁ ଘଣ୍ଟା ପ୍ରତି ୧୦ଟଙ୍କା +୧୮% ଜିଏସଟି, ଏବଂ ୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ଘଣ୍ଟା ପ୍ରତି ୫ ଟଙ୍କା+ ୧୮% ଜିଏସଟି । ଏସି ପେଡ୍ ଲାଉଞ୍ଜରେ ସୁସଜ୍ଜିତ ସୋଫା,ଟିଭି, ମୋବାଇଲ୍ ଚାର୍ଜିଂ ପଏଣ୍ଟ,ଟ୍ରେନ୍ ସୂଚନା ବୋର୍ଡ ର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କୁ ସେମାନଙ୍କର ପସନ୍ଦର ମୃଦ୍ୟୁ ପାନୀୟର ବ୍ୟବସ୍ଥା ଏହି ଲାଉଞ୍ଜରେ ଉପଲବ୍ଧ । ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ପୃଥକ ପରିଷ୍କାର ଏବଂ ସ୍ୱଚ୍ଛ ଶୌଚାଳୟ ଉପଲବ୍ଧ କରାଯାଇଛି । ଖୋର୍ଦ୍ଧାରୋଡ଼ରୁ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ଏସି ପେଡ୍ ଲାଉଞ୍ଜର ସୁବିଧା ପାଇପାରିବେ ଏବଂ ସେମାନଙ୍କ ଟ୍ରେନ୍ ଯାତ୍ରାର ସମୃଦ୍ଧ ଅଭିଜ୍ଞତାକୁ ବଢ଼ାଇ ପାରିବେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026