୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> କିଡ଼ନପ ର ତିନି ଦିନ ପରେ ଉଦ୍ଧାର କଲା ପୋଲିସ l ଗାଁ ରୁ ଲୋଭରେ ଡାକିଲେ, ସେଠାରେ ଅପହରଣ ଯୁବକ କୁ ନିର୍ଧୁମ ଛେଚିଲେ l ହେଲେ ଥାନାରେ ଅଭିଯୋଗ ପରେ ପୋଲିସ ଯୁବକକୁ ଉଦ୍ଧାର କରିବା ସହିତ, ଅପହରଣ କାରୀ ମାନଙ୍କୁ ଗିରଫ କଲା ପୋଲିସ l ଘଟଣା ହେଉଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର l ଗତ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଶିବ ଗୌଡ଼ ଓ କାଳିଆ ଗୌଡ଼ ନାମକ ଏକ ଯୁବକ ଅନ୍ତରବା ଗ୍ରାମର ଅଲିଫ ପାଳଙ୍କ ଘରକୁ ଆସି କିଛି ଶସ୍ତାରେ ସାମଗ୍ରୀ କିଣେଇବା ନାମରେ ବ୍ରହ୍ମପୁର କୁ ଡ଼ାକିନେଇଥିଲେ l
