କବି ଓ ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡାଙ୍କୁ ବିଶ୍ୱସ୍ତରୀୟ ସମ୍ମାନ

୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି  :-> କଳାହାଣ୍ଡି ଜିଲ୍ଲାର ମୋହନଗିରି ନିକଟସ୍ଥ ଲାତେର ଗ୍ରାମର ସ୍ଥାୟୀ ନିବାସି ଏବଂ ସମ୍ବଲପୁର ସହରର କୁଂଜେଲପଡାରେ ଓଡ଼ିଶା ସାହିତ୍ୟାକାଶର ପ୍ରଥିତଯଶା ଅତିବଡ଼ି ସମ୍ମାନ ପ୍ରାପ୍ତ କବି ସ୍ବର୍ଗତ ଉମାଶଙ୍କର ପଣ୍ଡା ଓ ପ୍ରଥମ ଆକାଶବାଣୀ ସ୍ଵୀକୃତିପ୍ରାପ୍ତ ସମ୍ବଲପୁରୀ ନାରୀଗୀତିକାର ଲୋକ ଜନନୀ ପଣ୍ଡାଙ୍କର ଜ୍ୟେଷ୍ଠ ପୁତ୍ର ଭାବରେ ଜନ୍ମିତ କବି ଓ ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡାଙ୍କୁ ମିଳିତ ଜାତିସଂଘର ଅନୁବନ୍ଧିତ ଅନୁଷ୍ଠାନ

ନୂଆଦିଲ୍ଲୀ ସ୍ଥିତ ବିଶ୍ଵ ସଂସ୍କୃତି ଏବଂ ପର୍ଯ୍ୟାବରଣ ସଂରକ୍ଷଣ ଆୟୋଗର ଜାତୀୟ ସଦସ୍ୟତା ପ୍ରଦାନ କରାଯାଇ ଅଛି। ଏତଦ ବ୍ୟତୀତ ଗତ ନଭେମ୍ବର କୋଡ଼ିଏ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଓଡ଼ିଶାର ଇତିହାସ, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ମଧ୍ୟ ଭୂଷିତ କରାଯାଇଛି ।

Exit mobile version