୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ସ୍ଥିତ ବ୍ଲୁ ଷ୍ଟାର କମିଟି ଆନୁକୂଲ୍ୟରେ ଗୁରୁବାର ଗ୍ରାମାଞ୍ଚଳ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ୱାର୍ଡ଼ ନଂ. ୮ର ବିଜେପି ସଭାପତି ଆଶିଷ କୁମାର ମହାପାତ୍ର ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ଦିନର ଉଦଘାଟନୀ ମ୍ୟାଚ ବାରଖମା ସହିତ ସପେଲି ଗ୍ରାମ ମଧ୍ୟରେ ଆୟୋଜିତ ହୋଇଥିଲା, ଏଥିରେ ବାରଖମା ଦଳ ବିଜୟୀ ହୋଇଥିଲେ l

