ଚାଷୀଙ୍କୁ କଥା ଦେଇ କଥା ରଖିଥିବାରୁ ହଳ, ଲଙ୍ଗଳ, ଧାନ ବେଣୀ ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା କୃଷକମୋର୍ଚ୍ଚା
୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାରରେ ଗତ ଡିସେମ୍ବର ୮ତାରିଖ ଦିନ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ବିଶାଳ ଚାଷୀ ସମାବେଶରେ ଚାଷୀମାନଙ୍କୁ ଧାନ କ୍ୱିଂଟାଲ ପ୍ରତି ୮ଶହ ଟଙ୍କା ଅନ୍ତରିଣ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ୨୦୧୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧ଶହ ଟଙ୍କା ଧାନ କ୍ୱିଂଟାଲ ପ୍ରତି ଦେବାକୁ ଘୋଷଣା କରିଥିଲେ କିନ୍ତୁ ଦେଲେ ନାହିଁ । ଓଡିଶାର ଚାଷୀ ମାନଙ୍କୁ ପ୍ରତାରଣା କରିବା ସହିତ ବିଶ୍ୱାସ ଘାତକତା କରିଥିଲେ । ଗତ ୨୦୨୪ ନିର୍ବାଚନରେ ବିଜେପି ସରକାରକୁ ଆସିଲେ ଧାନ କ୍ୱିଂଟାଲ ପ୍ରତି ୩୧୦୦ଟଙ୍କା ପ୍ରଦାନ କରିବା ଘୋଷଣା କରିଥିଲା ।
କେନ୍ଦ୍ର ସରକାରଙ୍କ ଏମ୍ଏସ୍ପି ୨୩ଶହ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ଅନ୍ତରିଣ ଆର୍ଥିକ ସହାୟତା ୮ଶହ ଟଙ୍କା ଗତ ଡିସେମ୍ବର ୮ ତାରିଖ ଦିନ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ବିଶାଳ ଚାଷୀ ସମାବେଶରେ ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଦାନ କରିଛନ୍ତି । ଓଡିଶାର ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଚାଷୀମାନଙ୍କୁ କଥା ଦେଇ ରଖିଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ନେତା ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ହଳ ଲଙ୍ଗଳ, ଧାନ ବେଣୀ, ପୁଷ୍ପଗୁଚ୍ଛ ଓ ସମ୍ବଲପୁରୀ ପାଟ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
