Home ଓଡ଼ିଶା ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପଦସ୍ଥ ଅଧିକାରୀଙ୍କ ବିଳମ୍ବ ଓ ତ୍ରୁଟି ପାଇଁ ସାଧାରଣ ଲୋକେ ଦଣ୍ଡ ଭୋଗିବା ଅନୁଚିତ୍ । ଏଭଳି ମତବ୍ୟକ୍ତ କରିବା ସହିତ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପୁରୁଣା ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ଆଧାରରେ ଚାକିରିରୁ ବଞ୍ଚିତ ଆବେଦନକାରୀଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ଚତୁର୍ଥ ଶ୍ରେଣୀ ପଦବୀରେ କାମ କରୁଥିବା ବେଳେ ୨୦୧୬ ଜୁନ୍ ମାସରେ ନେତ୍ର ଉତ୍ସବ ମହାନ୍ତିଙ୍କର ପରଲୋକ ହୋଇଥିଲା । ଏହାପରେ ତାଙ୍କ ପୁଅ ରବୀନ୍ଦ୍ର କୁମାର ମହାନ୍ତି ପରିବାରର ଅନ୍ୟ ସଦସ୍ୟମାନଙ୍କ ସହମତି ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥେô ଲ । ତାଙ୍କ ପରିବାରର ଆଥିକ ସ୍ଥିତି ଅତି ଶୋଚନୀୟ ଥିବା ପରିପ୍ରେକ୍ଷୀରେ ବୁଗୁଡ଼ାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେହିବର୍ଷ ଅକ୍ଟୋବର ମାସରେ ଆବେଦନଟିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଥିଲେ । ତେବେ ଜିଲ୍ଲାପାଳଙ୍କ ଦପ୍ତର ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ୨୦୧୮ ଏପ୍ରିଲ ମାସରେ ବସିଥିବା ଜିଲ୍ଲାସ୍ତରୀୟ କମିଟି ନିକଟକୁ ଏହି ଆବେଦନ ବିଚାର ପାଇଁ ଆସିପାରିନଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ବଦଳରେ ୨୦୨୦ରେ ଅନ୍ୟ ଏକ ନୂଆ ଆଇନ୍ ଆଣିଥିଲେ । ନିଯୁକ୍ତି ନମିଳିବାରୁ ବାରଦ୍ୱାର ଶୁଣ୍ଡିପିଣ୍ଡା ହେବା ପରେ ଆବେଦନକାରୀ ରବୀନ୍ଦ୍ର କୁମାର ୨୦୨୧ରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ୬ସପ୍ତାହ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ୨୦୨୧ ଜାନୁଆରୀ ମାସରେ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିରବ ରହିବାରୁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପରେ ୨୦୨୩ ଏପ୍ରିଲ ମାସରେ ଜିଲ୍ଲା ପ୍ରଶାସନ ଅନୁକମ୍ପାମୂଳକ ଆବେଦନଟିକୁ ୨୦୨୦ର ନୂଆ ଆଇନ୍ ଆଧାରରେ ଖାରଜ କରିଦେଇଥିଲେ । ଏ ପରିପ୍ରେକ୍ଷୀରେ ଆବେଦନକାରୀ ପୁଣିଥରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଏମ୍.ଏସ୍. ରମଣ ମାମଲାଟିର ବିସ୍ତୃତ ଶୁଣାଣି କରିବା ପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବହୁ ମାମଲାର ନଜିର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି । କର୍ମଚାରୀଙ୍କ ମୃତ୍ୟୁ ବେଳକୁ ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ବଳବତ୍ତର ଥିଲା ଏବଂ ଏହି ଆଇନ୍ ଆଧାରରେ ନିଯୁକ୍ତି ଲାଗି ଆବେଦନକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯାଇଥିଲେ ଅନୁକମ୍ପାମୂଳକ ନିଯୁକ୍ତି ଦେବା ଲାଗି ୨୦୧୮ ମସିହାରେ ଯେଉଁ କମିଟି ବୈଠକ ବସିଥିଲା ସେଥିରେ ତାଙ୍କ କଥା ବିଚାର ହୋଇପାରିଥାନ୍ତା । କିନ୍ତୁ କର୍ତ୍ତୃପକ୍ଷଙ୍କ ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଯୋଗୁ ତାହା ହୋଇପାରିନଥିଲା । ଏ ପରିପ୍ରେକ୍ଷୀରେ ୨୦୨୦ ମସିହାରେ ଆସିଥିବା ନୂଆ ଆଇନ୍ ଆଧାରରେ ଆବେଦନକାରୀଙ୍କୁ ବଞ୍ôଚତ କରାଯାଇପାରିବ ନାହିଁ । ଆବେଦନ କାରୀଙ୍କ ପକ୍ଷରୁ ଅନ୍ୟତମ ଓକିଲ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରି ଆଇନ୍ର ତର୍ଜମା ସହ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଅନେକ ମାମଲାର ନଜିର ଉପସ୍ଥାପନ କରିଥିଲେ । ବିଶେଷ କରି ସୁପ୍ରିମକୋର୍ଟ ମଳୟାନନ୍ଦ ସେଠୀ ମାମଲାରେ ନେଇଥିବା ନିଷ୍ପତ୍ତି ଆଧାରରେ ମଳୟାନନ୍ଦଙ୍କୁ ଓଡ଼ିଶା ସରକାର ନିଯୁକ୍ତି ଦେଇଥିବା ପରିପ୍ରେକ୍ଷୀରେ ଆବେଦନକାରୀଙ୍କୁ ବଞ୍ôଚତ କରିବା ସମ୍ବିଧାନ ପ୍ରଦତ୍ତ ସମାନତା ଅଧିକାରର ଉଲ୍ଲଂଘନ ହେବ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା । ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ୨୦୨୦ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ର ଧାରା ୬(୯)କୁ ପୂର୍ବରୁ ଅଦାଲତ ଏଭଳି କ୍ଷେତ୍ରରେ ବେଆଇନ୍ ବୋଲି ଦର୍ଶାଇଥିବା ପରିପ୍ରେକ୍ଷୀରେ ୧୯୯୦ର ପୁରୁଣା ଆଇନ୍ ଆଧାରରେ ଆବେଦନକାରୀଙ୍କ କଥା ବିଚାର କରାଯିବା ଉଚିତ୍ । ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ସରକାରୀ ପ୍ରତିପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁକମ୍ପାମୂଳକ ନିଯୁକ୍ତି ସୁଯୋଗରୁ ବଞ୍ଚିତ ଅନେକ ପ୍ରାର୍ଥୀଙ୍କ ପାଇଁ ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଆଶାର ଆଲୋକ ଦେଖାଇଛି ବୋଲି ବିଧି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026