Home ଓଡ଼ିଶା ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାପୀଠରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାପୀଠର ୩୪ ତମ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇ ଯାଇଛି।ଗତ ୯ ତାରିଖରେ ସ୍ଥାନୀୟ ରାମେଶ୍ବର ମହାଦେବ ମନ୍ଦିରରୁ ମଶାଲ ଆସି କ୍ରୀଡା ପଡ଼ିଆରେ ସ୍ଥାପନ କରାଯାଇ ମୁଖ୍ୟ ଅତିଥି ସରପଂଚ ଜାନକୀ ଗଉଡଙ୍କ ଦ୍ଵାରା ଏହାର ଶୁଭ ଉଦ୍ଘାଟନ ହୋଇଥିଲା । ଦୁଇ ଦିନ ଧରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ୧୦୦/୨୦୦ମି ଦୈ।ଡ଼,ଲମ୍ବ ଡିଆଁ,ଉଚ୍ଚ ଡିଆଁ,ଥାଳିଆ ଫିଙ୍ଗା,ଗୋଳା ଫିଙ୍ଗା ଓ ଛାତ୍ର ରାମେଶ୍ବର କ୍ରିକେଟ ଦଳ ଓ କଳାପାହାଡ଼ କ୍ରିକେଟ ଛାତ୍ରଦଳ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ରାମେଶ୍ବର କ୍ରିକେଟ ଦଳ ବିଜୟୀ ହୋଇ ଟ୍ରଫି ଅକ୍ତିଆର କରିଥିଲେ । ତୃତୀୟ ଦିବସରେ ଏହାର ପୁରସ୍କାର ବିତରଣୀ ଉତ୍ସବ ଓ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ସମାରୋହ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ାରେ ବିଜୟୀ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏବିଇଓ ଗୋବର୍ଦ୍ଧନ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାଙ୍କୁ ବିକଶିତ କରିବାର ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ଆହ୍ୱାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ରୂପେ ଭୀମକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଜାନକୀ ଗଉଡ,ସମତିସଭ୍ୟା ସୁମିତ୍ରା ମାଝୀ, ବିଦ୍ୟାଳୟ ସଭାପତି ଝଜ ସା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶ୍ରେଷ୍ଠ କ୍ରୀଡାବିତ ଭାବେ ଟଙ୍କେଶ୍ୱରୀ ବଗର୍ତ୍ତି ଓ ଆଶିଷ କରୁଆଁଙ୍କ ନାମ ଘୋଷଣା ହୋଇଥବା ବେଳେ ମଞ୍ଚପରିଚାଳନା କାର୍ଯ୍ୟ ପୁରାତନ ଛାତ୍ର ହେମନ୍ତ କୁମାର ସାହୁ ଓ ଧନ୍ୟବାଦ ଅର୍ପଣ ଶିକ୍ଷକ ନୃସିଂହ ଚରଣ ଦଲାଇ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନେଇ ବାର୍ଷିକ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷକ କେଶବ ମହାପାତ୍ର,ରାଜିବ କୁମାର ଦାଶ, କର୍ମଚାରୀ ତୀର୍ଥ କରୁଆଁ, କିଶୋର କରୁଆଁ, ଥବିର ବୈଠାରୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026