Home ଓଡ଼ିଶା ୧୪ରୁ ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଦୁର୍ଗେଇ ଖୋଲ ପୂଜା : ପାବଛ ଓ ବିଦ୍ୟୁତ ସଂଯୋଗ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରତ୍ୟକ୍ଷ ଠାକୁରାଣୀ ଦୁର୍ଗେଇ ଦେବୀଙ୍କ ମହା ଆଡମ୍ବରରେ ପୂଜାର୍ଚ୍ଚନା ହେବ । ୧୪ ପ୍ରାତଃରୁ ପୂଜାରମ୍ଭ କରାଯାଇ ମଧ୍ୟରାତ୍ରୀରେ ମାନସିକ ବଳିପୂଜା ହେବ ବୋଲି ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ ସୂଚନା ଦେଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମା’ଙ୍କ ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ମନସ୍କାମନା ପୂରଣ ପାଇଁ ଦୂରଦୂରାନ୍ତରୁ ବହୁ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହେବ। ୧୫ ସକାଳରେ ପୂର୍ଣ୍ଣାହୁତି ଶାନ୍ତି ହୋମ ହେବ । ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଏହି ପୂଜାରେ ଯୋଗ ଦେବାକୁ କମିଟି ପକ୍ଷରୁ ବିନମ୍ର ଅନୁରୋଧ କରାଯାଇଛି । ତ୍ରୟୋଦଶ ଶତାବ୍ଦୀରୁ ମାଁ ଦୁର୍ଗା ଦୁର୍ଗେଇ ଦେବୀ ଭାବରେ ଏଠାରେ ପୂଜା ପାଇ ଆସୁଛନ୍ତି । ମନଭଙ୍ଗ ଗୌନ୍ତିଆଙ୍କୁ ଦେବୀ ତାଙ୍କର ସ୍ଥିତି ଜାହିର ନେଇ ସ୍ୱପ୍ନାଦେଶ ହୋଇଥିଲେ । ତେଣୁ ପାଂଚପାଲି (ପାଞ୍ଚ ଖଣ୍ଡ ମୌଜା )ଅଂଚଳକୁ ନେଇ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଇ ଆସୁଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତମାଳାର ଗୋଟିଏ ପାର୍ଶ୍ଵରେ ପ୍ରଭୁ ନୃସିଂହନାଥ ଠାକୁର ରହିଥିବା ଅପର ପାର୍ଶ୍ଵରେ ବାବା ହରିଶଙ୍କର ରହିଛନ୍ତି । ଗନ୍ଧମାର୍ଦ୍ଦନର ପାଦ ଦେଶରେ ଶ୍ରେଷ୍ଠ ଦେବୀ ମାଆ ଦୁର୍ଗା ଭକ୍ତଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ବିପଦ ସମୟରେ ଅଧିଆ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ କରିଥାନ୍ତି । ମନସ୍କାମନା ପୂରଣ ହେବା ପରେ ମାଁଙ୍କ ନିକଟକୁ ଆସି ବଳି ଭୋଗ ଦେଇଥାନ୍ତି । ଏହି ପରମ୍ପରା ବହୁ ପୂରାତନ କାଳରୁ ଚାଲି ଆସିଛି । ପୂଜାର୍ଚ୍ଚନା ପାଇଁ ଭକ୍ତ ବହୁତ କଷ୍ଟରେ ବଣପାହାଡ଼ ଚଲା ପଥରେ ଯିବାକୁ ହୁଏ।ଜନ ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସରକାର ଦୁର୍ଗେଇ ଖୋଲ ଯିବାକୁ ପାବଛ ଓ ଆଲୋକୀ କରଣ କରିବାକୁ ଆୟୋଜକ କମିଟିର ସଭାପତି ମଧୁସୂଦନ ପାଣ୍ତେ ସରକାରଙ୍କ ପାଖରେ ଦାବୀ କରିଛନ୍ତି । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026