Home ଓଡ଼ିଶା ୧୪ରୁ ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଦୁର୍ଗେଇ ଖୋଲ ପୂଜା : ପାବଛ ଓ ବିଦ୍ୟୁତ ସଂଯୋଗ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରତ୍ୟକ୍ଷ ଠାକୁରାଣୀ ଦୁର୍ଗେଇ ଦେବୀଙ୍କ ମହା ଆଡମ୍ବରରେ ପୂଜାର୍ଚ୍ଚନା ହେବ । ୧୪ ପ୍ରାତଃରୁ ପୂଜାରମ୍ଭ କରାଯାଇ ମଧ୍ୟରାତ୍ରୀରେ ମାନସିକ ବଳିପୂଜା ହେବ ବୋଲି ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ ସୂଚନା ଦେଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମା’ଙ୍କ ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ମନସ୍କାମନା ପୂରଣ ପାଇଁ ଦୂରଦୂରାନ୍ତରୁ ବହୁ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହେବ। ୧୫ ସକାଳରେ ପୂର୍ଣ୍ଣାହୁତି ଶାନ୍ତି ହୋମ ହେବ । ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଏହି ପୂଜାରେ ଯୋଗ ଦେବାକୁ କମିଟି ପକ୍ଷରୁ ବିନମ୍ର ଅନୁରୋଧ କରାଯାଇଛି । ତ୍ରୟୋଦଶ ଶତାବ୍ଦୀରୁ ମାଁ ଦୁର୍ଗା ଦୁର୍ଗେଇ ଦେବୀ ଭାବରେ ଏଠାରେ ପୂଜା ପାଇ ଆସୁଛନ୍ତି । ମନଭଙ୍ଗ ଗୌନ୍ତିଆଙ୍କୁ ଦେବୀ ତାଙ୍କର ସ୍ଥିତି ଜାହିର ନେଇ ସ୍ୱପ୍ନାଦେଶ ହୋଇଥିଲେ । ତେଣୁ ପାଂଚପାଲି (ପାଞ୍ଚ ଖଣ୍ଡ ମୌଜା )ଅଂଚଳକୁ ନେଇ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଇ ଆସୁଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତମାଳାର ଗୋଟିଏ ପାର୍ଶ୍ଵରେ ପ୍ରଭୁ ନୃସିଂହନାଥ ଠାକୁର ରହିଥିବା ଅପର ପାର୍ଶ୍ଵରେ ବାବା ହରିଶଙ୍କର ରହିଛନ୍ତି । ଗନ୍ଧମାର୍ଦ୍ଦନର ପାଦ ଦେଶରେ ଶ୍ରେଷ୍ଠ ଦେବୀ ମାଆ ଦୁର୍ଗା ଭକ୍ତଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ବିପଦ ସମୟରେ ଅଧିଆ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ କରିଥାନ୍ତି । ମନସ୍କାମନା ପୂରଣ ହେବା ପରେ ମାଁଙ୍କ ନିକଟକୁ ଆସି ବଳି ଭୋଗ ଦେଇଥାନ୍ତି । ଏହି ପରମ୍ପରା ବହୁ ପୂରାତନ କାଳରୁ ଚାଲି ଆସିଛି । ପୂଜାର୍ଚ୍ଚନା ପାଇଁ ଭକ୍ତ ବହୁତ କଷ୍ଟରେ ବଣପାହାଡ଼ ଚଲା ପଥରେ ଯିବାକୁ ହୁଏ।ଜନ ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସରକାର ଦୁର୍ଗେଇ ଖୋଲ ଯିବାକୁ ପାବଛ ଓ ଆଲୋକୀ କରଣ କରିବାକୁ ଆୟୋଜକ କମିଟିର ସଭାପତି ମଧୁସୂଦନ ପାଣ୍ତେ ସରକାରଙ୍କ ପାଖରେ ଦାବୀ କରିଛନ୍ତି । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026