
୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବିଶ୍ୱସ୍ତରୀୟ ମହୋଦଧି ଦିବସ ଓ ବିଚ ଓସେନ ସ୍ପୋର୍ଟ୍ସ କର୍ଣ୍ଣିଭାଲ ପୁରୀ ର ସ୍ୱର୍ଣ୍ଣାଭ ବେଳାଭୂମି ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ଗତକାଲି ଠାରୁ ଆରମ୍ଭ ହୋଇଛି |ଖେଳକୁଦ ଓ ସମୁଦ୍ର ପହଁରା ରେ କମ୍ପୁଛି ବେଳାଭୂମି | ଦେଶ ବିଦେଶ ର ପାର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାମାନେ ଏହା ଦେଖି ବିଭୋର ହେଉଛନ୍ତି | ସମୁଦ୍ର ଜଳରାଶି ରେ ଅନୁଷ୍ଠିତ ଖେଳ ମଧ୍ୟରେ ସମୁଦ୍ରପହଁରା,କାୟକିଙ୍ଗ କନୱାଗିଙ୍ଗ, ରନ ସୁଇମ ରନ, ରେସକ୍ଯୁ ଟିୟୁ ରେସକ୍ଯୁ କ୍ରୀଡାରେ ୧୯ ଓ ୧୬ ବର୍ଷ ରୁ କମ ଖେଳାଳୀ, ପୁରୁଷ ଓ ମହିଳା ଓପନ ଖେଳାଳୀ ଓ ମାଷ୍ଟର ଖେଳାଳୀ ଯୋଗଦେଇଥିଲେ | ଶ୍ରୀଲଙ୍କା ର ୨୯ ଖେଳାଳୀ ସମେତ ୩୮୦ ଖେଳାଳୀ ଅଂଶ ଗ୍ରହଣ କରିଥିଲେ |

