Home ଅପରାଧ ଅଡବା ଥାନା ଅନ୍ତରବା ଗ୍ରାମରୁ ଅପହରଣ କରାଯାଇଥିବା ଯୁବକ ୩ଦିନ ପରେ ଅଡବା ପୋଲିସ ଦ୍ବାରା ଉଦ୍ଧାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆନ୍ତରବା ଗ୍ରାମରୁ ଅପହରଣ କରାଯାଇଥିବା ଯୁବକକୁ ୩ ଦିନ ପରେ ଅଡବା ପୋଲିସ ଉଦ୍ଧାର କରିଛି l ଏହି ଅପହରଣ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ବ୍ରହ୍ମପୁରରୁ କାଳିଆ ଗୌଡ଼ ଓ ଶିବ ଗୌଡ଼ ୨ ଜଣଙ୍କୁ ଗିରଫ କରିଛି ପୋଲିସ l ବ୍ୟବହୃତ କାର ଓ ଟଙ୍କା ଜବତ ହୋଇଛି l ଘଟଣାରୁ ପ୍ରକାଶ ଯେ, ଗତ ୭ ତାରିଖରେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର ଅଲିଭ ପାଲ ଓ ତାଙ୍କ ଶଳା ସୁମିତ କରାଡଙ୍କ ବ୍ରହ୍ମପୁରର କାଳିଆ ଓ ଶିବ ଗାଁକୁ ଆସି ବ୍ୟବସାୟ ଉଦ୍ଧେଶ୍ୟରେ ବ୍ରହ୍ମପୁର ଡାକି ନେଇଥିଲେ l ବ୍ରହ୍ମପୁର ନେବା ପରେ ସେଠାରେ ଏକ ଘରେ ରଖି ଉଭୟଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଦେଲେ ଛାଡ଼ିବୁ ବୋଲି ଧମକ ଦେଇଥିଲେ l ପରିବାର ଲୋକେ ଭୟରେ ଅପହରଣ ୭୩ ହଜାର ଟଙ୍କା ଦେଇଥିଲେ l ଟଙ୍କା ଦେଲା ପରେ ମଧ୍ୟ ଅଲିଭ ଓ ସୁମିତ କୁ ସେମାନେ ଛାଡି ନଥିଲେ l ସେମାନଙ୍କ ଠାରୁ ଅପହରଣ କାରୀ କାର ନଂ (ଓଡ଼ି ୦୭ ସି– ୫୩୯୨) ମଧ୍ୟ ନେଇଯାଇଥିଲେ l ଘଟଣା ସ୍ଥଳରୁ କୌଶଳକ୍ରମେ ସୁମିତ ଖସି ଆସିବା ପରେ ପରିବାରକୁ ଜଣାଇଥିଲେ l ପରିବାର ପକ୍ଷରୁ ଅଡବା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଅଡବା ପୋଲିସ କେସ ନଂ ୧୯୬/୨୪ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ l ପୋଲିସ ଅପହରଣ କାରୀଙ୍କ କବଳରୁ ଆଲିଭଙ୍କୁ ଉଦ୍ଧାର କରିଥିଲେ l ପରେ ଅପହରଣ କାରୀଙ୍କ ଠାରୁ କାର, ଦେଇଥିବା ଟଙ୍କା ଓ ମୋବାଇଲ ଫୋନ ଜବତ କରି ଅପହରଣ କାରୀ ଦୁହିଁଙ୍କୁ ଗିରଫ କରିଥିଲା l ତେବେ ପୁର୍ବ ଶତ୍ରୁତାକୁ ନେଇ ଦୁଇ ଜଣଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି l ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି ବୋଲି ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026