୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୋଆ ରାଜ୍ୟ ସରକାରଙ୍କ ପକ୍ଷରୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରତିନିଧି ମଣ୍ଡଳୀ ତଥା ଗୋଆର ଗଣମାଧ୍ୟମ ପ୍ରତିନିଧିମାନେ ଆଜି ଶାନ୍ତିସ୍ତୁପ ଧଉଳି, ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର ସହ ନିକଟରେ ଥିବା ଓଡ଼ିଆ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଅନନ୍ତ ବାସୁଦେବ ମନ୍ଦିର ଓ ବିନ୍ଦୁସାଗର ବୁଲି ଦେଖିଛନ୍ତି । ଦଶମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ନିର୍ମାଣଶୈଳୀ ଓ ପ୍ରସ୍ତରରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପ୍ରତିନିଧି ମଣ୍ଡଳୀ ଅଭିଭୂତ ହୋଇଥିଲେ ।

