୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲାରେ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନୌକା ଚାଳନା ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ମାଲ୍ୟବନ୍ତ ମହୋତ୍ସବ ଆଦିବାସି ବହୁଳ ମାଲକାନଗିରି ଜିଲ୍ଲାର ଲୋକପର୍ବ ହୋଇଥିବା ବେଳେ ଏହି ମହୋତ୍ସବକୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଖୁବ ଧୁମ ଧାମରେ ଆୟୋଜନ କରିଥାଏ। ବିଶେଷ କରି ଜିଲ୍ଲାର କଳା ସଂସ୍କୃତି ସହ କଳାକାର ଓ ଖେଳକୁ ଲୋକ ଲୋଚନକୁ ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ସତିଗୁଡା ଜଳ ଭଣ୍ଡାରରେ ଆଜି ଆୟୋଜିତ ହୋଇଥିଲା ନୌକା ଚାଳନା ପ୍ରତିଯୋଗିତା ।

