୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଅଧିନସ୍ତ ଗୋପ ବ୍ଲକ ଅନ୍ତର୍ଗତ ଶିଶୋଓ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ନୂତନ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ତା ୧୧.୧୨.୨୪ରିଖ ବୁଧବାର ବିଦ୍ୟାଳୟ ର ସଭାପତି ଅଭୟ ଭଟ୍ଟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ଏଗାର ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିବାବେଳେ ଗଣେଶ୍ୱରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଫୁଟୁର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସରକାରୀ ସ୍କୁଲ ରେ ମାଗଣା ପୋଷାକ ବଣ୍ଟନର ସରକାର ଙ୍କ ଲୋକାଭିମୁଖୀ କାର୍ଯକ୍ରମ କୁ ଶ୍ରୀଯୁକ୍ତ ରାୟ ପ୍ରଶଂସା କରିବା ସହିତ ବିଦ୍ୟାଳୟ ରେ ଶ୍ରେଣୀ ଗୃହର ଅଭାବ ଥିବାରୁ ଶିକ୍ଷା ଦାନ ବ୍ୟାଘାତ ହେଉଥିବାରୁ ଯଥାଶୀଘ୍ର ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯିବ ବୋଲି ଶ୍ରୀଯୁକ୍ତ ରାୟ ପ୍ରତିଶୃତି ଦେଇଥିଲେ l

