Home ଓଡ଼ିଶା ରାଜା ୱେଲ ଫେୟାର ଟ୍ରଷ୍ଟ,ତରଫରୁ ମାଗଣା ମୋତିଆ ବିନ୍ଦୁ ଚିକିତ୍ସା ଶିବିର – ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଡିସେମ୍ବର ୧୦ ତାରିଖ ବିଶ୍ୱ ମାନବାଧିକାର ଦିବସ ଅବସରରେ କୁଦିଆରି ବଜ଼ାର ସ୍ଥିତ ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ ରାଜା ୱେଲ ଫେୟାର ଟ୍ରଷ୍ଟ ତରଫରୁ ଏକ ମାଗଣା ମୋତିଆ ବିନ୍ଦୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଜେ.ପି.ଏମ ରୋଟାରୀ ଆଇ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନିସ୍ଟିଚ୍ୟୁସନ କଟକଙ୍କ ସହାୟତାରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଙ୍କ ଦ୍ୱାରା ବହୁ ସଂଖ୍ୟାରେ ରୋଗୀଙ୍କ ର ଆଖି ଚିକିତ୍ସା ହେବା ସଙ୍ଗେ ସଙ୍ଗେ ତିନି ଜଣ ରୋଗୀଙ୍କର ସମ୍ପୂର୍ଣ ମାଗଣାରେ ମୋତିଆ ବିନ୍ଦୁ ଅପରେସନ କରାଯାଇଥିଲା । ରାଜା ୱେଲ ଫେୟାର ଟ୍ରଷ୍ଟ ଅହରହ ସମାଜସେବା କ୍ଷେତ୍ରରେ ଗରିବ, ଅସହାୟ ଦିନ ଦୁଃଖୀ ଲୋକମାନଙ୍କ ସାଥିରେ ରହି ଲୋକମାନଙ୍କର ସେବା କରି ଆସୁଅଛି । ଏଭଳି ସେବାମାନ ଯୋଗାଇ ଆସୁଥିବାରୁ ଜଟଣୀ ରେ ସାଧାରଣ ଲୋକମାନଙ୍କ ମଧ୍ୟରେ ଏହି ଟ୍ରଷ୍ଟ ପାଇଁ ଭଲ ପାଇବା ଦିନକୁ ଦିନ ବଢ଼ି ଚାଲିଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଭାବନା ମିଶ୍ର ଶିକ୍ଷାବିତଙ୍କ ସମେତ ହବିବୁର ରେହେମାନ ଓ ବୃନ୍ଦାବନ ସୁବୁଦ୍ଧି ପ୍ରମୁଖ ମାନବାଧିକାର କର୍ମୀମାନେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଚକ୍ଷୁ ଚିକିତ୍ସା ଶିବିରର ଡାକ୍ତର ଓ ଟେକ୍ନିସିଆନ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ରାଜା ୱେଲ ଫେୟାର ଟ୍ରଷ୍ଟର ଅଧକ୍ଷ ପରୱେଜ ହାଇଦର ଓ ତାଙ୍କ ସହ ଧର୍ମିଣୀ ଟିନି ଟଟସ ଇଂରାଜୀ ବିଦ୍ୟାଳୟର ପ୍ରିନସିପାଲ ଉକ୍ତ ଶିବିରକୁ ଅତି ସୁନ୍ଦର ଭାବେ ପରିଚାଳନା କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026