
୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପକ ବନ୍ଦେରକରଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଓଡିଶା ପରିଦର୍ଶନରେ ଆସିଥିବା ଗୋଆର ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳ ଆଜି ପୂର୍ବାହ୍ନରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଧାନସଭା ଗୃହ ପରିଚାଳନା, ପାଠାଗାର, ନେଭା, ଗବେଷଣା ବିଭାଗ ଓ ଅନ୍ୟାନ୍ୟ ବିଭାଗ ବୁଲି ଦେଖିଥିଲେ I

