୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବରମୁଣ୍ଡା ସ୍ଥିତ ରାଜଧାନୀ ମହାବିଦ୍ୟାଳୟର ବୃତ୍ତିଗତ ଅଧ୍ୟୟନ ବିଭାଗ (ଡିପାର୍ଟମେଌକ୍ଷଗ୍ଧ; ଅଫ ପ୍ରଫେସନାଲ ଷ୍ଟଡ଼ିଜ) ପକ୍ଷରୁ ମଙ୍ଗଳବାର ଦିନ “ଶ୍ରେଣୀ କକ୍ଷରୁ କର୍ମସ୍ଥଳ” ପର୍ଯ୍ୟନ୍ତ ଶୀର୍ଷକ ଏକ ଆଲୋଚନାଚକ୍ର ବ୍ୟାଚେଲର ଅଫ ବିଜନେସ ଆଡମିନିଷ୍ଟ୍ରେସନ (ବିବିଏ) ବିଭାଗର ମୁଖ୍ୟ ନିହାର ରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଟା କନ୍ସଲଟାନ୍ସି ସର୍ଭିସେସ (ଟିସିଏସ) ର ମାନବ ସମ୍ବଳ ବିଭାଗର ମୁଖ୍ୟ ଅଭିନାଶ ସାମଲ ମୁଖ୍ୟବକ୍ତା ଏବଂ ସେଲ୍ଫ ଫାଇନାନ୍ସ କୋର୍ସ ର ନିର୍ଦ୍ଦେଶକ ଶିଶିର ପାଣିଗ୍ରାହୀ ଓ ଟ୍ରଷ୍ଟି ମହେଶ ପଟ୍ଟନାୟକ ସମ୍ମାନିତ ଅତିଥି ଭବେ ଯୋଗ ଦେଇଥିଲେ । ଟିସିଏସ ର ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀ ସାମଲ କହିଲେ ଯେ ଛାତ୍ର ଜୀବନ ଠାରୁ ଆରମ୍ଭ କରି କର୍ମମୟ ଜୀବନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ରେ କୃତ୍ତିମ ବୁଦ୍ଧିମତ୍ତାର ଆହ୍ୱାନ ରହିଛି ।

