୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏସିଆର ସର୍ବବୃହତ ଡାଏଲିସିସ୍ ନେଟୱର୍କ ନେଫ୍ରୋପ୍ଲସ୍ ଏହାର ‘ଡାଏଲିସିସ୍ ଅନ କଲ୍’ ସେବା ଭୁନନେଶ୍ୱରରେ ଶୁଭାରମ୍ଭ କରିଛି, ଯାହା ଉଚ୍ଚ ଗୁଣମାନର ଡାଏଲିସିସ୍କୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବାକୁ ରଖିଥିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏହି ସମ୍ପ୍ରସାରଣ ନେଫ୍ରୋପ୍ଲସ୍ର ସୁପ୍ରସିଦ୍ଧ ଡାଏଲିସିସ୍ ଅନ କଲ୍ (ଡି ଓ ସି) ସେବା ଭୁବନେଶ୍ୱର ସହରକୁ ଆଣିଛି ଏବଂ ଏହାଦ୍ୱାରା ରୋଗୀମାନଙ୍କୁ ସେମାନଙ୍କ ନିଜ ଘରେ ସ୍ୱାଚ୍ଛନ୍ଦ୍ୟ ଓ ସୁବିଧା ଡାଏଲିସିସ୍ ସେବା ଗ୍ରହଣ କରିବାକୁ ସମର୍ଥ କରାଉଛି ।
ଡାଏଲିସିସ୍ ଅନ କଲ୍ ସେହି ରୋଗୀମାନଙ୍କ ପାଇଁ ଏକ ନବୋନ୍ମେଷୀ ପ୍ରୟାସ ହୋଇଛି, ଯେଉଁମାନେ ସେମାନଙ୍କ ବୟସ, ଯାତାୟତକୁ ନେଇ ସମସ୍ୟା, ଦୂରତା ଅଥବା କେବଳ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଡାଏଲିସିସ୍ କ୍ଲିନିକକୁ ଯିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡିଓସି ସହିତ ରୋଗୀମାନେ ଜଣେ ଆଟଣ୍ଡାଣ୍ଟଙ୍କ ବିନା ଆବଶ୍ୟକତାରେ ଡାଏଲିସିସ୍ କରାଇପାରିବେ, ଯେଉଁଥିରେ ପରିବାର ସଦସ୍ୟମାନେ ସେମାନଙ୍କର ସ୍ୱାଭାବିକ କାର୍ଯ୍ୟ ନିମନ୍ତେ ଯାଇପାରିବେ । ପ୍ରତ୍ୟେକ ଥର ଡାଏଲିସିସ୍କୁ ଜଣେ ଅଭିଜ୍ଞ ଟେକ୍ନିସିଆନ ଯନôର ସହିତ ନିରୀକ୍ଷଣ କରୁଛନ୍ତି ଏବଂ ଯେକୋଣସି ସମସ୍ୟା ଦେଖାଦେଲେ ତାହା ପରିଚାଳନା କରିବାକୁ ଜଣେ ନେଫ୍ରୋଲୋଜିଷ୍ଟ ଅନ୍ କଲ୍ ରହିଥାନ୍ତି ।
