ଏମ ୟୁ ଜି ର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି  :-> ମଧ୍ୟାହ୍ନ ସମୟରେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ (MUJ) କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲା ସଦରମହକୁମା ଏବଂ ସମସ୍ତ ବ୍ଲକରୁ ଆସିଥିବା ସଦସ୍ୟ ମାନଙ୍କୁ ନେଇ ଗୋଟିଏ ବୈଠକ ଏବଂ ଏଥିସହିତ ସଂଘର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ସଦସ୍ୟ ଏକମତ ହୋଇ ଶ୍ରୀ ଦେବପ୍ରସାଦ ଦାଶଙ୍କୁ ପୁନର୍ବାର ସଭାପତି ଏବଂ ଶ୍ରୀ ସତ୍ୟ ନାରାୟଣ ପଣ୍ଡାଙ୍କୁ ଉପ – ସଭାପତି ରୂପେ ମନୋନୀତ କରିଥିଲେ ।

ଶ୍ରୀ ଶରତଚନ୍ଦ୍ର ମହାରଣାଙ୍କୁ ସମ୍ପାଦକ, ଶ୍ରୀ ଅସିମ ବିଶ୍ବାସ ଏବଂ ଶ୍ରୀ ପ୍ରକାଶ ପଟ୍ଟନାୟକଙ୍କୁ ଯୁଗ୍ମ ସମ୍ପାଦକ, ଶ୍ରୀ ଚକ୍ରଧର ପଟ୍ଟନାୟକଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରିଥିଲେ । ଏଥିସହିତ ଶ୍ରୀ ଶିବଲିଙ୍ଗ ପ୍ରସାଦ କୀର୍ତ୍ତନିୟାଙ୍କୁ ମାଲକାନଗିରି ବ୍ଲକ କୋଅର୍ଡିନେଟର , ଶ୍ରୀ ପ୍ରଶାନ୍ତ ବିହାରୀଙ୍କୁ କାଳିମେଳା, ଶ୍ରୀ ବି, ଶ୍ରୀନିବାସ, ପଡ଼ିଆ, ଶ୍ରୀ ବଳରାମ ପଡିଆରିଙ୍କୁ ଚିତ୍ରକୋଣ୍ଡା, ଶ୍ରୀ କାମରାଜ ଜେନାଙ୍କୁ କୋରକୋଣ୍ଡା, ଶ୍ରୀ ଜଗନ୍ନାଥ ଦଳାଇଙ୍କୁ ଖଇରପୁଟ, ଶ୍ରୀ ରାଜୀବ ବେହେରାଙ୍କୁ ମାଥିଲି ବ୍ଲକର କୋଅର୍ଡିନେଟର ଏବଂ ଶ୍ରୀ ଯଦୁପତି ମହାନ୍ତିଙ୍କୁ ସର୍ବସମ୍ମତିକ୍ରମେ ବାଲିମେଳା ଏନ୍ ଏ ସି ର କୋଅର୍ଡିନେଟର ଭାବରେ ମନୋନୀତ କରାଯାଇଥିଲା ।

Exit mobile version