Home ଓଡ଼ିଶା ଫୁଲବାଣୀ ସର୍କଲ ଜେଲ୍ ରେ ଆର୍ନ୍ତଜାତୀୟ ମାନବ ଅଧିକାର ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ସର୍କଲ ଜେଲ୍ ରେ ଆର୍ନ୍ତଜାତୀୟ ମାନବ ଅଧିକାର ଦିବସ ସହିତ ଜେଲ୍ ଗଠନ ଦିବସ ପାଳିତ ହୋଇଯାଇଛି । ଡିସେମ୍ବର ୨୦୨୦ ଠାରୁ ଆରମ୍ଭ କରାଯାଇଥିବା ଏହି ଦିବସ ର ମୂଖ୍ୟ ଉଦ୍ୟେଶ୍ୟ ଥିଲା ବନ୍ଦି ଜିବନ କାଟୁଥିବା ବିଭିନ୍ନ ବ୍ୟକ୍ତିବିଶେଶ ଙ୍କ ମାନସିକ ଚାପ କମାଇବା ସହିତ ସେମାନଙ୍କ ନିଜ ନିଜ ମଧ୍ୟରେ ଭଲ ବାତାବରଣ ସୃଷ୍ଟି କରିବା କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଗ୍ୟାନେନ୍ଦ୍ର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଘର ଏଂବ ପରିବାର ଠାରୁ ଦୂରରେ ରହି କଏଦି ଭାବେ ବନ୍ଦିଯିବନ କାଟୁଥିବା ବ୍ୟକ୍ତି ମାନଙ୍କୁ ମାନସିକ ସ୍ତରରେ ସନ୍ତୁଳିତ ରଖିବାରେ ସହାୟ ହୋଇପାରିବ ବୋଲି କହିଥିଲେ । ଏଥିସହ ମୂଖ୍ୟ ବକ୍ତାଭାବେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ କଏଦି ମାନଙ୍କ ଜିବନ ଚର୍ଯ୍ୟାରେ ପରିବର୍ତନ ଆଣିପାରିବ ବୋଲି କହିଥିଲେ । ତତସହିତ ଜେଲ୍ ର ମେଡିକାଲ ଅଫିସର୍ ଡାକ୍ତର ବିଜୟ କୁମାର ମିଶ୍ର, ଡାକ୍ତର ଅବିନାଶ ଶଙ୍କର , ଜେଲର୍ ଶର୍ମିଷ୍ଟା ପୃଷ୍ଟି, ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଦୟାନିଧି ମୋହାଲିକ, ଶ୍ରୀ ଅନ୍ନ ଅଭିଜାନ ର ଜିଲ୍ଲା ସଂଯୋଜକ ସବିତା ସୁବୁଦ୍ଦୀ, ଜିଲ୍ଲା କୃଷି ଅଧିକାରି ହେମନ୍ତ କୁମାର ଦାଶ ଯୋଗ ଦେଇ କଏଦି ମାନଙ୍କୁ ମାନସିକ ଓ ଅଧ୍ୟାତ୍ମିକତା ର ବାର୍ତା ବାଂଟିଥିଲେ । ଏହି ଅବଶରରେ ଜିଲ୍ଲା କୃଷି ବିଭାଗ ଓ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ମିଳିତ ସହଯୋଗରେ ମାଣ୍ଡିଆ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ପ୍ରଦର୍ଶିତ ହେବା ସହିତ ଅନ୍ତେବାଶି ଙ୍କୁ ଖାଦ୍ୟ ଖାଇବାର ସୁଯୋଗ ଦିଆଯାଇଥିଲା । ଏହି ଆର୍ନ୍ତଯାତୀୟ ମାନବ ଅଧିକାର ଦିବସ ଅବସରରେ ନଟରାଜ କଳାମନ୍ଦିର ତରଫରୁ କୁନି କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ସହ ଜେଲର ଅନ୍ତେବାଶୀ ମାନଙ୍କ ଦ୍ୱାରା ମଧ୍ୟ ନାଚ ଗୀତ ର ଆସର ଜମିଥିଲା । କାର୍ଯ୍ୟକ୍ରମ ଶେଶରେ ସ୍ୱାତୀ ଅନୁଷ୍ଠାନ ଙ୍କ ଏଭଳି ପ୍ରୟାସ କୁ ପ୍ରଶଂଶା କରି ସର୍କଲ୍ ଜେଲ୍ ଫୁଲବାଣୀ ର ଅଧିକ୍ଷକ ହେମନ୍ତ କୁମାର ସେଠୀ ଉତରୀୟ ଓ ମାନପତ୍ର ଦେଇ ସୁସ୍ମୀତା ଜେନା ଙ୍କୁ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମ କୁ ଅତିସୁନ୍ଦର ଭାବେ ଦେବାଶିଶ ମିଶ୍ର ପରିଚାଳନା କରିଥିବା ବେଳେ ଜେଲ୍ ର ଅନ୍ୟ କର୍ମକର୍ତାମାନେ ପରିଚାଳନା ରେ ସହଯୋଗ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026 ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ by Proprietor Abhimanyu Maharana September 29, 2026 କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ by Proprietor Abhimanyu Maharana September 29, 2026 ଶତାୟୁ ଜଳଧର ଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ by Proprietor Abhimanyu Maharana September 29, 2026