Home ଓଡ଼ିଶା ଆକାଂକ୍ଷା ଜିଲ୍ଲା ର ବିକାଶ ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୁକାନ୍ତ ମଜୁମଦାର ଙ୍କର ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସମଗ୍ର ଭାରତ ବର୍ଷରେ ଯେତିକି ଆକାଂକ୍ଷି ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ଙ୍କର ସାମୁହିକ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ସରକାର ରେ ୨୦୧୮ ମସିହାରେ ଆକାଂକ୍ଷା ଜିଲ୍ଲାର ଉନ୍ନତି କରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଓଡ଼ିଶାର ୧୦ ଟି ଆକାଂକ୍ଷା ଜିଲ୍ଲା ର ଶିକ୍ଷା ,ସ୍ୱାସ୍ଥ୍ୟ,କୃଷି ଗମନାଗମନ, ଓ ପାଇଁ ଭିତ୍ତିଭୂମି ବିକାଶ ନିମନ୍ତେ ଯୋଜନା କାର୍ଯ୍ୟକାରୀ ହୋଇଛି । ଓଡ଼ିଶାର କନ୍ଧମାଳ ଓ କୋରାପୁଟ ଦୁଇ ଟି ଜିଲ୍ଲା ସାମୁହିକ ଉନ୍ନତି କିପରି ହୋଇପାରିବ ଏଥି ନିମନ୍ତେ କେନ୍ଦ୍ର ସରକାର ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୁକାନ୍ତ ମଜୁମଦାର ଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୁକାନ୍ତ ମଜୁମଦାର କନ୍ଧମାଳ ଦୁଇଦିନିଆ ଗସ୍ତରେ ଆସି କାର୍ଯ୍ୟକାରୀ ଯୋଜନା ର ସମୀକ୍ଷା ଜିଲ୍ଲାପାଳ କନ୍ଧମାଳ ଙ୍କର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କର ଉପସ୍ଥିତ ରେ ଯୋଜନା ଗୁଡ଼ିକ ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମଜୁମଦାର ସମୀକ୍ଷା କରିଥିଲେ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଙ୍କ ସହିତ ଫୁଲବାଣୀ ଆଇ ଟି ଆଇ କୁ ଯାଇ କିପରି ପିଲା ମାନଙ୍କୁ ଶିଳ୍ପ ସମନ୍ଧୀୟ ତାଲିମ କିପରି ଦିଆଯାଉଛି। କିପରି ପାଠ ପଢ଼ା ହେଉଛି ପଚାରି ବୁଝିଥିଲେ । ପରବର୍ତ୍ତ ସମୟରେ ଫିରିଙ୍ଗିଆ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର କୁ ଯାଇ ପିଲା ମାନଙ୍କ ସହ ଆଲୋଚନା କରିଥିଲେ । ନୋଡାଲ ସ୍କୁଲକୁ ମଧ୍ୟ ଯାଇ ସ୍କୁଲ ଅନୁଧ୍ୟାନ କରି ଛାତ୍ର ଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଆଜି ଅପରାହ୍ନ ୩ ଟା ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ମଜୁମଦାର ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ଆକାଂକ୍ଷା ଜିଲ୍ଲାର ଉନ୍ନତି ନିମନ୍ତେ ଯୋଜନା କରିଥିଲେ। କେଉଁ ଜିଲ୍ଲା କେତେ ଉନ୍ନତି କରିପାରିବ ସେଥି ପାଇଁ ପ୍ରତିଯୋଗିତା ହୋଇଥାଏ। କନ୍ଧମାଳ ଆକାଂକ୍ଷା ଜିଲ୍ଲା ଉନ୍ନତି କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି। କନ୍ଧମାଳ ଜିଲ୍ଲା କିପରି ସମସ୍ତ ଉନ୍ନତି ହୋଇପାରିବ। ସେ ବିଷୟରେ କନ୍ଧମାଳ ସାଂସଦ ଓ ବିଧାୟକ ଙ୍କ ସହ ଜିଲ୍ଲାପାଳ ଅଫିସ ରେ ସମୀକ୍ଷା କରିଥିଲେ। ଜିଲ୍ଲା ର ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଫିରିଙ୍ଗିଆ ଯାଇ ଅଙ୍ଗନବାଡି ନିରୀକ୍ଷଣ କରିଥିଲେ। ଏବଂ ପିଲାଙ୍କ ସହ ପାଠପଢା ଏବଂ ଖାଦ୍ୟ କୁ ନେଇ କଥା ବାର୍ତା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ଆୟୁସମାନ କେନ୍ଦ୍ର ନିରୀକ୍ଷଣ କରିଥିଲେ। ଫିରିଙ୍ଗିଆ ନୋଡାଲ ବିଦ୍ୟାଳୟ କୁ ଯାଇ ବିଦ୍ୟାଳୟ ନିରୀକ୍ଷଣ କରିବା ସହ ଛାତ୍ର ଛାତ୍ରୀ ଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଜିଲ୍ଲା ପ୍ରଶାସନ ଓରମାସ ପକ୍ଷରୁ ମନ୍ତ୍ରୀ ଙ୍କୁ ହଳଦୀ, ଝୁଣା, ପାଳୁଅ କନ୍ଧମାଳ ର ଲଘୁବନଜାତ ଦ୍ରବ୍ୟ ପ୍ରଦାନ କରାଯାଇଥିବା ବେଳେ କାଠ ରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି ପ୍ରଦାନ କରାଯାଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀ ବେଳେ ଜିଲ୍ଲା ପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ଜିଲ୍ଲା ପାଳ ଅଶୋକ ମଲ୍ଲିକ। ଏବଂ ଓରମାସ କର୍ମଚାରୀ ଉପସ୍ଥିତ ଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026 ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ by Proprietor Abhimanyu Maharana September 29, 2026 ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026