Home ଓଡ଼ିଶା ଦାୟିତ୍ଵ ହସ୍ତାନ୍ତର ଦିନ ଅସହାୟ ମହିଳାଙ୍କୁ ଭୂମି ପଟ୍ଟା ପ୍ରଦାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ତହସିଲଦାର ସୁଶ୍ରୀ ନିବେଦିତା ପରିଡା ସୋମବାର ବୋଲଗଡ ତହସିଲରୁ ନିଜ ଦାୟିତ୍ୱ ହସ୍ତାନ୍ତର କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେବା ପୂର୍ବରୁ ଅସହାୟ ମହିଳା ଧୋବଣୀ ବେୱାଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରିଛନ୍ତି । ଏଥିସହ ଆବଶ୍ୟକୀୟ ରାସନ ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କର ୧ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗରିବ ଅସହାୟ ଜନତାଙ୍କୁ ସେବା ଯୋଗାଇଦେବାକୁ ସୁଶ୍ରୀ ପରିଡା ତ୍ୱରିତ ପଦକ୍ଷେପ ନେଇ ଆସୁଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ତାଙ୍କର ମହାନୀୟତା ପ୍ରମାଣିତ କରିଛି । ମାତ୍ର ୧୫ଦିନ ମଧ୍ୟରେ ସମସ୍ତ କାଗଜାତ ପ୍ରସ୍ତୁତ କରି ପଟ୍ଟା ପ୍ରଦାନ କରି ସହୃଦୟତାର ପରିଚୟ ପ୍ରଦାନ କରିଛନ୍ତି।ସେହିପରି ବୋଲଗଡ଼,ଅସନପଲ୍ଲୀ, ଠଣାପଲ୍ଲୀ,ରାସୋଳ ଓ ଅନ୍ୟାନ୍ୟ ଅନେକ ଗ୍ରାମରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରି ସମସ୍ତଙ୍କ ପ୍ରୀୟଭାଜନ ହୋଇଥିଲେ । ସେହିପରି ବୋଲଗଡ ବ୍ଳକରେ ଗତ ୨୦୨୩-୨୪ମସିହାରେ ମରୁଡି ଜନିତ କାରଣରୁ ଖରିଫ୍ ଧାନ ଫସଲହାନି ହୋଇ ଚାଷୀ ମାନଙ୍କର ପ୍ରଭୂତ କ୍ଷତି ହୋଇଥିଲାବେଳେ ଏହାର କ୍ଷତିଭରଣା ପାଇଁ ଚାଷୀ କରିଥିବା ଫସଲବିମା ଯୋଜନାର କ୍ଷତିପୂରଣ ରାଶି ମିଳିବା ନେଇ ପ୍ରକ୍ରିୟା କରଣରେ ସରକାରୀସ୍ତରରେ ବହୁ ବିଳମ୍ବ ନେଇ ଚାଷୀ ମାନେ ହତାଶ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଥିଲେ । ଏଥିନେଇ ସେ ଯୋଗଦେବା ପରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ଚାଷୀ ମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ ହୋଇଥିଲେ । ତେବେ ତାଙ୍କୁ କାର୍ଯ୍ୟ କରିବାର ମାତ୍ର ଏକ ବର୍ଷ ପରେ ଗତ ଅକ୍ଟୋବର ୧୭ରେ ବଦଳି ନୋଟିସ କରାଯାଇଥିବା ସମୟରେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଓକିଲ, ସାମ୍ବାଦିକ, ବିଭିନ୍ନ ଅନୁଷ୍ଠାନ,ସଂଗଠନ, ରାଜନେତା ଓ କୃଷକ ନେତାମାନେ । ତହସିଲଦାର ନିବେଦିତା ପରିଡା ଜଣେ ସଚ୍ଚୋଟ କର୍ତ୍ତବ୍ୟ ପରାୟଣl ଦକ୍ଷ ପ୍ରଶାସିକା ଏବଂ ତାଙ୍କ କାର୍ଯ୍ୟଶୈଳୀ ବୋଲଗଡ ତହସିଲରେ ଦୁର୍ନୀତି ଓ ଦଲାଲ ରାଜକୁ ନିୟନ୍ତ୍ରଣକୁ ଆଣିପାରିଥିଲା । କ୍ଷମତାର ସୁବିନିଯୋଗ କରି ଜନସାଧାରଣଙ୍କର ବିଶ୍ୱାସଭାଜନ ହୋଇପାରି ଥିବା ଏହି ପ୍ରଶାସନିକ ଅଧିକାରୀଣୀ ଜଣକୁ ତହସିଲ କାର୍ଯ୍ୟାଳୟର ବିକାଶ ଓ ସୁପରିଚାଳନା ପାଇଁ ତାଙ୍କ ବଦଳି ନିର୍ଦ୍ଧେଶକୁ ବାତିଲ କରି ତାଙ୍କ କାର୍ଯ୍ୟାକାଳକୁ ଏଠାରେ ଆଉ କିଛି ବର୍ଷ ବୃଦ୍ଧିକରି ଅବସ୍ଥାପିତ କରି ବୋଲଗଡର ବିକାଶରଧାରା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ନିବେଦନ କରିଥିଲେ । ତେବେ ବଦଳି ନିର୍ଦ୍ଧେଶ ସତ୍ତ୍ୱେ ଅନେକ ଅଧିକାରୀ ନିଜ ନୂତନ ସ୍ଥାନରେ ଯୋଗ ଦେଇନଥିବାରୁ ରାଜ୍ୟ ସରକାର ବଦଳି ଓ ପୋଷ୍ଟିଁ ନେଇ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାରୁ ଓ ସେଥିନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିଲିଭ ନିର୍ଦ୍ଧେଶ ପାଇବା ପରେ ସୁଶ୍ରୀ ପରିଡ଼ା ତହସିଲ କାର୍ଯ୍ୟାଳୟର ଆଡିସନାଲ ତାହସିଲଦର୍ଙ୍କୁ ଦାୟିତ୍ଵ ହସ୍ତାନ୍ତରକରି ଖୋର୍ଦ୍ଧାଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ନୂତନ ଦାୟିତ୍ଵରେ ଯୋଗ ଦେଇଛନ୍ତି । ଏଥିନେଇ ବୋଲଗଡ଼ ବ୍ଲକ ଜଣେ ସଚ୍ଚୋଟ ଓ କର୍ତବ୍ୟନିଷ୍ଠ ଅଧିକାରୀଣୀ ହରାଇଲା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026