Home ଓଡ଼ିଶା ସଦାଶିବ ଟ୍ୱଣ୍ଟି ଟ୍ୱଣ୍ଟି ୧୫ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ – ସାଇ ଇଲେଭେନ ବିଜୟୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭାପୁର :-> ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ଫତେଗଡ଼ ଯୁବକ ସଙ୍ଘ ପକ୍ଷରୁ ନାଲିସାଗର ଖେଳ ପଡିଆଠାରେ ଆୟୋଜିତ ୧୫ତମ ସର୍ବ ଭାରତୀୟ ସଦାଶିବ ମେମୋରିଆ ଲ ୨୦-୨୦କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଅଛି ! ଏହି ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଆଚାର୍ଯ୍ୟ, ସଂମ୍ମାନିତ ଅତିଥିଭାବେ ଫତେଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠ ନାଥ ସାହୁ,ପଦ୍ମାବତୀ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ରନାଥ ସାହୁ ଓ ସମାଜ ସେବି ମନୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ ଚନ୍ଦନ, ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ପ୍ରଥମେ ଛତିଶଗଡ଼ ଫରେଷ୍ଟ କ୍ରିକେଟ କ୍ଳବ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୬ ଓ୍ଵି କେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା ! ଜବାବରେ ଭୁବନେଶ୍ୱର ସାଇ ଇଲେଭେନ କ୍ରିକେଟ କ୍ଳବ ୧୯ଓଭର ରେ ୬ ଓ୍ୱିକେଟରେ ୧୭୪ରାଣ ସଂଗ୍ରହ କରି ଛତିଶଗଡ଼ ଫରେଷ୍ଟ କ୍ରିକେଟ କ୍ଳବ ହରାଇ ବିଜୟୀ ହୋଇଥିଲା ! ଭୁବନେଶ୍ୱର ସାଇ ଇଲେଭେନ କ୍ରିକେଟ କ୍ଳବର ରାମଚନ୍ଦ୍ର ବେହେରା ବ୍ୟକ୍ତିଗତ ୩୯ ବଲରେ ୬ଟି ଚୌକା ଓ ୩ଟି ସହାୟତାରେ ବ୍ୟକ୍ତିଗତ ୬୫ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ! ଏହି କ୍ରିକେଟ ମ୍ୟାଚରେ ଭାଷ୍ୟକାର ବୁବୁ ସିଂହ୍ନl, ସ୍କୋରର ଭାବେ ପବିତ୍ର କୁମାର ସାହୁ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି ଖେଳ ପରିଚାଳନା କରିଥିଲେ ! ଏହି ସର୍ବ ଭାରତୀୟ କ୍ରିକେଟ ମ୍ୟାଚ କୁ ଦେଖିବା ପାଇଁ ୧୦ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026