ରାଜନୀତି ବିଜ୍ଞାନ ବିଭାଗର ଓଡ଼ିଶା ବିଧାନ ସଭା ପରିଦର୍ଶନ

୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା  :-> କେନ୍ଦ୍ରାପଡ଼ା ଜିଲ୍ଲା ରେ ଅବସ୍ଥିତ ଲୋକନାଥ ମହାବିଦ୍ୟାଳୟ, ପାଟକୁରା ର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଓଡ଼ିଶା ବିଧାନ ସଭା ପରିଦର୍ଶନ ହୋଇଛି । ବିଭାଗୀୟ ମୁଖ୍ୟ ଡ଼ ସୁଶାନ୍ତ କୁମାର ପରିଡ଼ାଙ୍କ ତତ୍ଵଧାବନରେ ବିଭାଗର 40 ଜଣ ଛାତ୍ର ଛାତ୍ରୀ ବିଧାନ ସଭା ପରିଦର୍ଶନ କରି ଗୃହ ରେ ପ୍ରଶ୍ନକାଳ,

ଶୂନ୍ୟ କାଳ ରେ ଉପସ୍ଥିତ ରହି ଜ୍ଞାନ ଅହୋରଣ କରିଥିଲେ। ପରିଶେଷରେ ସମ୍ମାନନୀୟ ବାଚସ୍ପତି ମହୋଦୟଙ୍କ ସହ ବାର୍ତ୍ତାଳାପ ଓ ଚିତ୍ର ଉତ୍ତୋଳନ ହୋଇଥିଲା । ଅଧ୍ୟାପକ ସତ୍ୟବ୍ରତ ବେହେରା ଓ ଅଧ୍ୟାପକ ସୁମନ ମଲ୍ଲିକ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Exit mobile version