୧୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ, ଓଡ଼ିଶା, ଭୁବନେଶ୍ୱର ଆନୁକୂଲ୍ୟରେ କିସ୍ ଶ୍ରୀବାଣୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ପରିସରରେ ‘ଶ୍ରୀଜଗନ୍ନାଥ ଭକ୍ତି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭକ୍ତି ସମ୍ମିଳନୀକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାରାଜ ଉଦ୍ଘାଟନ କରିଥିଲେ । ବାବା ସଚିଦାନନ୍ଦ ଦାଶ ମହାରାଜ କିସ୍ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ, ଡଃ ହରେକୃଷ୍ଣ ଶତପଥୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

