ଅଠର ନଳା ବ୍ରିଜରେ ବାଇକ୍ ଧକ୍କା ରେ ସ୍ଵାମୀ ସ୍ତ୍ରୀ ଆହାତ

୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :->  ଗଜପତି ଜିଲ୍ଲା ମୋହନା ଥାନା ଅଠର ନଳା ବ୍ରିଜ ନିକଟ ରେ ଅଜଣା ବାଇକ୍ ଧକ୍କା ରେ ସ୍ଵାମୀ ସ୍ତ୍ରୀ ଆହାତ, ମୋହନା ମେଡିକାଲ୍ ରେ ଭର୍ତ୍ତି। ଆଜି ଦିନ ୩.୩୦ ମିନିଟ ରେ ଅନ୍ତରବା ଗାଁ ର ସ୍ଵାମୀ ଆବ୍ରହମ୍ ଶବର ଓ ସ୍ତ୍ରୀ ଆଲୋକୀ ଶବର ବ୍ୟାଙ୍କ କାର୍ଯ୍ୟରେ ଚାନ୍ଦିପୁଟ ଗ୍ରାମ କୁ ଯାଇଥିଲେ ।

ବ୍ୟାଙ୍କ କାର୍ଯ୍ୟ ସାରି ମୋହନା ସହର ଦେଇ ବାଇକ୍ ଯୋଗେ ନିଜ ଗାଁ ଅନ୍ତରବା ଯିବା ସମୟରେ ଅଠର ନଳା ବ୍ରିଜ ନିକଟ ରେ ଏକ ଅଜଣା ଗ୍ଲେମର ବାଇକ୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ସଙ୍ଗେ ସଙ୍ଗେ କିଛି ସ୍ଥାନୀୟ ଲୋକେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଉଦ୍ଧାର କରି ମୋହନା ମେଡିକାଲ୍ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଉଭୟଙ୍କ ଗୋଡ଼ ରେ ଗଭିର ଆଘାତ ଲାଗିଥିବା ଜଣା ପଡିଛି ।

Exit mobile version