ଭାନପୂର ରେ ଅଭିଯୋଗ ଶୁଣାଣୀ ଶିବିର, ଚାରିଶହ ଚଉତିରିସି ଅଭିଯୋଗ

୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖଲ ବ୍ଲକ୍ ଭାନପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା । ଶିବିରରେ ସ୍ଥାନୀୟ ସରପଞ୍ଚ ରୀନା ଜାଲ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର,

ଏ ପିଓ ପ୍ରଶାନ୍ତ କୁମାର ସାହୁ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଶ୍ୟାମ କୁମାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଗ୍ରାମୀଣ ଆବାସ ସମ୍ପର୍କିତ ୨୯୫,

ରେଶନ କାର୍ଡ ସମ୍ପର୍କିତ ୭୬, ପାନୀୟ ଜଳ ଯୋଗାଣ ୨ , ଭତ୍ତା ୧୧, ସ୍ଵାସ୍ଥ୍ୟ ସମ୍ପର୍କିତ ୪୦, ଅନ୍ୟାନ୍ୟ ୧୦ ଟି ଅଭିଯୋଗ ହୋଇଥିବା ଜଣାଯାଇଛି । ଏହି ଅବସରରେ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିବା ବେଳେ ଡିଲେଶ୍ୱର୍ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version